

ରାୟଗଡ-ରିପୋର୍ଟ-ଅଜୟ ରଥ-
ଆଜି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ବିଜ୍ଞାନ ବୈଷୟୀକ ବିଭାଗ, ଓଡିଶା ସରକାର ମନ୍ତ୍ରୀ ଶ୍ରୀଯୁକ୍ତ କୁଷ୍ଣ ଚନ୍ଦ୍ର ପାତ୍ର ଦିନିକିଆ ରାୟଗଡା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଅଶଂଗ୍ରହଣ କରିଥିଲେ । ପ୍ରଥମେ ସେ ଜିଲ୍ଲାପରିଷଦ ଉନ୍ନୟନ ସମ୍ମୀଳନି କକ୍ଷରେ ଅନୁଷ୍ଠିତ ନୂତନ ଖାଉଟି କାର୍ଡ ବଟଂନ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ହିତାଧୀକାରିଙ୍କୁ ସେମାନଙ୍କ ନୂତନ କାର୍ଡ ବଟଂନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ପୂର୍ବ ସରକାର ବିଜେଡିକୁ କଟୁ ସମାଲୋଚନା କରିବା ସହିତ ବର୍ଷିଥିଲେ । ମନ୍ତ୍ରୀ କହିଥିଲେ ଯେ ବିଜେଡି ସରକାର ଅମଳରେ ଚାଉଳ ଭୂତ ଖାଉଥିଲେ । ପାଖାପାଖି ୫ ଲକ୍ଷ ଭୂତ ହିତାଧିକାରୀ ଚାଉଳ ନେଉଥିଲେ । ଯାହାଦ୍ୱାରା ପ୍ରକୃତ ହିତାଧିକାରି ଚାଉଳ ପାଇବାରୁ ବଚିଂତ ହଉଥିଲେ । ବର୍ତମାନ ତାହା ମୋହନ ମାଝୀଙ୍କ ସରକାରରେ ଚଳିବ ନାହିଁ ବର୍ତମାନ ୫ ଲକ୍ଷ ନୂତନ କାର୍ଡ ବଟଂନ କରାଯିବାର ଲକ୍ଷ ରଖାଯାଛି ଓ ପରେ ଏହା ଆଗକୁ ୨୦ ଲକ୍ଷ ରେଶନ କାର୍ଡ ବଟଂନ କରାଯିବାର ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହାପରେ ମନ୍ତ୍ରୀ ବିଜୁପଟନାୟକ ଅଡିଟୋରିୟମରେ ଅନୁଷ୍ଠିତ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରି ୪୮ ଘଟାଂ ମଧ୍ୟରେ ଚାଷୀଙ୍କ ଖାତାକୁ ଟଙ୍କା ପ୍ରଦାନ କରିଥିବାରୁ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ୨୪ ବର୍ଷ ଶାସନରେ ବିଜେଡି ସରକାର ଚାଷୀମାନଙ୍କୁ ଠକିଛି । ନିର୍ବାଚନ ପ୍ରର୍ବରୁ ଆମ ସରକାର ଯାହା ପ୍ରତିଶୃତି ଦେଇଥିଲା ତାହା ପୂରଣ କରିଛି । ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରାଯାଇଛି । ଆଘାମୀ ୫ ବର୍ଷ ଭିତରେ ପ୍ରାୟ ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା କରାଯିବ । କେବଳ ସେତି ନୁହେଁ ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ ଟନ୍ ଧାନ ସରକାର କିଣିଛନ୍ତି । ଗତବର୍ଷ ୫୮ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ୧୬ ଲକ୍ଷ ମେଟ୍ରିକ ଟନ୍ ଧାନ ଆଧିକ କିଣାଯାଇ ଚାଷୀଙ୍କ ହାତକୁ ଟାଣ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଏହି ଅବସରରେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବ୍ୟତିତ ରାଜ୍ୟ କୃଷକ ମୋର୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ, ଜିଲ୍ଲା ସଭାପତି ଗୋପୀ ଆନନ୍ଦ, ପୂର୍ବତନ କୋରାପୁଟ ଲୋକସଭା ସାସଂଦ ପ୍ରାର୍ଥୀ କାଳିରାମ ମାଝୀ, ପୂର୍ବତନ ରାୟଗଡା ବିଧାୟକ ପାର୍ଥୀ ବସନ୍ତ ଉଲ୍ଲାକା, ବିଜେପି ବରିଷ୍ଠ କର୍ମୀ ୟଲା ଭେଙ୍କଟେସ୍ୱର ରାଓଙ୍କ ସହିତ ବିଜେପିର ବହୁ କାର୍ଯ୍ୟକର୍ତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।