



ରାୟଗଡା-ରିପୋର୍ଟ-ଅଜୟ ରଥ-ରାୟଗଡ ଦିନିକିଆ ଗସ୍ତରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ବୈଷୟିକ ବିଭାଗ ଓଡିଶା ସରକାର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଆସି ଆଦିବାସୀ ଗ୍ରାମ ବିରନାରାୟଣପୁର ଗ୍ରାମକୁ ଯାଇ ମାଧବରାଓ ସାରକାଙ୍କ ଘରେ ଜଳଖିଆ ଖାଇଥିଲେ । ଜଳଖିଆରେ ମାଧବରାଓଙ୍କ ଆଦିବାସୀ ପରିବାର ମାଣ୍ଡିଆରେ ତିଆରି ଜଳଖିଆ ଖାଇବା ପାଇଁ ମନ୍ତ୍ରୀଙ୍କୁ ପରଶି ଦେଇଥିଲେ । ବିଶେଷକରି ମାଣ୍ଡିଆରେ ତିଆରି ଇଡିଲି ପିଠା ସହିତ ମାଣ୍ଡିଆ ଚକୁଳି, ମାଣ୍ଡିଆ ବରା, ମାଣ୍ଡିଆ ଯାଉ, ମାଣ୍ଡିଆ ଖିରି ସହିତ ମାଣ୍ଡିଆରେ ତିଆରି ଲଡୁ ପରଶି ଦେଇଥିଲେ । ଏହି ମାଣ୍ଡିଆରେ ତିଆରି ଜଳଖିଆ ଖାଇ ମନ୍ତ୍ରୀ ଆଦିବାସୀ ପରିବାରକୁ ପ୍ରଶଂସା କରିବା ସହିତ ମାଣ୍ଡିଆରେ ତିଆରି ଖାଦ୍ୟକୁ ଉଚ ପ୍ରଶଂସା କରିଥିଲେ । ସେ ଏହିପରି ମାଣ୍ଡିଆରେ ତିଆରି ଜଳଖିଆ କେବେ ଖାଇନଥିବା ପ୍ରକାଶ କରିଥିଲେ । ସେ ଆଗକୁ ମିଲଟ ମିଶନକୁ ଆହୁରି ଅଧିକ ପ୍ରୋତ୍ସାହନ ଦେବେ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଆଜି ସକାଳେ ମନ୍ତ୍ରୀ ବିରନାରାୟଣପୁର ଗ୍ରାମ ଗସ୍ତ କରି ସେଠାରେ ଥିବା ଆଦିବାସୀଙ୍କ ଦେବତାଙ୍କୁ ପୂଜାର୍ଚନା କରିବା ପରେ ସେଠାେରେ କୃଷକ ମାନଙ୍କୁ ମିଶି ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ