ଯୁବ କଂଗ୍ରେସ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ।

ଚଣ୍ଡିଖୋଲ ୨୦/୫(କଵ୍ୟୁ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରି ଭରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀ ଙ୍କ ସହିଦ ଦିବସ ଓ ପହଲଗ୍ରାମ ଠାରେ ଆତଙ୍କବାଦୀ ଙ୍କ ଆକ୍ରମଣରେ ସହିଦ ହୋଇଥିବା ପର୍ଯ୍ୟଟକ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଯୁବ କଂଗ୍ରେସ ପକ୍ଷରୁ ବଡଚଣା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଓ ବଡଚଣା ସ୍ଥିତ ଵିଦ୍ୟା ଫାଉଣ୍ଡେସନ ଦ୍ବାରା ପରିଚାଳିତ ଶିଶୁ ଯତ୍ନଗୃହ ଆମଘର ପିଲା ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା। ଯାଜପୁର ଜିଲ୍ଲା ଯୁବ କଂଗ୍ରେସ ର ପ୍ରାକ୍ତନ ସାଧାରଣ ସଂପାଦକ ଚର୍ଚ୍ଚିତ ମାହାଲା ଙ୍କ ନେତୃତ୍ଵରେ ବଡଚଣା ଯୁବ କଂଗ୍ରେସ ର ପୂର୍ବତନ ସଭାପତି ଜୟ ପ୍ରକାଶ ବିଶ୍ବାଳ, ଆବାସ ଜେନା, ସତ୍ୟଜିତ ସେଠୀ, ଚିକୁ ଦାସ, ସନକ ନାୟକ, ହରପ୍ରସାଦ ବିଶ୍ୱାଳ, ଉଦିତ ପ୍ରଧାନ, ଦିଗମ୍ବର ପ୍ରମୁଖ ଉପସ୍ଥିତ ରହି ଫଳବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *