ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ ର ଗଣଧାରଣା ଦ୍ୱିତୀୟ ଦିନରେ।

ଚଣ୍ଡିଖୋଲ ୨୦/୫(କଵ୍ୟୁ) ସଂଘ କର୍ମକର୍ତ୍ତା ଙ୍କ ଅନ୍ୟାୟ ବଦଳି ପ୍ରତ୍ୟାହାର, ଓ କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ରେ ଖଣ୍ଡ କର୍ତ୍ତୃପକ୍ଷ ଙ୍କର ଅସହଯୋଗ ପ୍ରତିବାଦରେ ଗତ କାଲି ଠାରୁ ଚାଲିଥିବା ଗଣ ଧାରଣା ଆଜି ଦ୍ଵିତୀୟ ଦିନରେ ପହଂଚିଛି। ଗ୍ରାମ୍ୟ ଜଳ ଯୋଗାଣ ଖଣ୍ଡ କାର୍ଯ୍ୟଳୟ ଚଣ୍ଡିଖୋଲ ସମ୍ମୁଖରେ ଏହି ଗଣଧାରଣା ଚାଲୁ ଅଛି। ସଂଘ କର୍ମକର୍ତ୍ତା ଙ୍କ ଅନ୍ୟାୟ ବଦଳି ପ୍ରତ୍ୟାହାର, ସବୁ ବର୍ଗର କର୍ମଚାରୀ ମାନଙ୍କୁ ପ୍ରତ୍ୟେକ ମାସ ୫ତାରିଖ ମଧ୍ୟରେ ବେତନ ପ୍ରଦାନ, ଇ ପି ଏଫ୍ଅର୍ଥ ପ୍ରତ୍ୟେକ ମାସରେ ଜମା କରାଇବା, ଏଚ,ଆର କର୍ମଚାରୀ ଙ୍କ ବର୍ଦ୍ଧିତ ବକେୟା ଭିଡିଏ ପ୍ରଦାନ କରିବା, ମୃତ କର୍ମଚାରୀ ଙ୍କ ଉତ୍ତରାଧିକାରୀ ଙ୍କୁ ଅନୁକମ୍ପା ନିଯୁକ୍ତି ଆଦି ସମସ୍ୟା ସମାଧାନ ରେ ଖଣ୍ଡ କର୍ତ୍ତୃପକ୍ଷ ଙ୍କ ଉଦାସୀନତା ବିରୁଦ୍ଧରେ ରାଜ୍ୟ ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ ଯାଜପୁର ଜିଲ୍ଲା ପକ୍ଷରୁ ଚଣ୍ଡିଖୋଲ ସ୍ଥିତ ଗ୍ରାମ୍ୟ ଜଳଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଆଜି ଦ୍ଵିତୀୟ ଦିନରେ ପହଂଚିଛି। ଉକ୍ତ ଗଣଧାରଣା ରାଜ୍ୟ ଜନ ସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଙ୍ଘ ର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ରାଜ୍ୟ କର୍ମକର୍ତ୍ତା ସୁଧାଂଶୁ ରାୟ, ସୁଧୀର ପାଣିଗ୍ରାହୀ, ଯାଜପୁର ଜିଲ୍ଲା ଉପଦେଷ୍ଟା ଭିକାରୀ ଚରଣ ଜେନା,ପୁର୍ବତନ ଖଣ୍ଡ ସମ୍ପାଦକ ଲକ୍ଷ୍ମୀଧର ଜେନା, ଜିଲ୍ଲା ସଭାପତି ବିଜୟ କୁମାର ବାରିକ, ଉପଖଣ୍ଡ ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, ପୁର୍ଣ୍ଣ ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ନନ୍ଦ, ଦୁଃଖବନ୍ଧୁ ପୁହାଣ, ପ୍ରଦୀପ୍ତ କୁମାର ସ୍ବାଇଁ ସମେତ ଜିଲ୍ଲାର ଦଶ ଗୋଟି ଶାଖା ସଙ୍ଘର କର୍ମକର୍ତ୍ତା ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଗଣଧାରଣା କୁ ଚାଲୁ ରଖିଛନ୍ତି। ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଉଚ୍ଚ ପ୍ରଶାସନିକ ଅଧିକାରୀ ଧାରଣା ସ୍ଥଳ କୁ ଆସି ନ ଥିବାରୁ ଧାରଣାରତ କର୍ମଚାରୀ ମାନଙ୍କ ମଧ୍ୟରେ 
 ଅସୋନ୍ତୋଷ ଦେଖା ଦେଇଛି।

Leave a Reply

Your email address will not be published. Required fields are marked *