
ଛତ୍ରପୁର : ୨୨.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତରେ ନୂତନ ପଞ୍ଚାୟତ ଗୃହ ଉଦଘାଟିତ ହୋଇଯାଇଛି l ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ l ଏସଏଫସି, ସିଏଫସି ଓ ପଞ୍ଚାୟତ ସମିତି ପାଣ୍ଠିରୁ ମୋଟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପଞ୍ଚାୟତ ଗୃହ ନିର୍ମାଣ ହୋଇଛି l ସରପଞ୍ଚ ସୁଜାତା ଦାସଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସମ୍ବିତ ସଂଗ୍ରାମଜିତ ସାହୁ, ସମିତିସଭ୍ୟ ଶଶୀ ଦାସ, ନାଏବ ସରପଞ୍ଚ ପୁଷ୍ପାଞ୍ଜଳି ସ୍ୱାଇଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଡକ୍ଟର ସେଠି, କନିଷ୍ଠ ଯନ୍ତ୍ରୀ ରଶ୍ମିତାରlଣୀ ସାହୁ, ସମସ୍ତ ୱାର୍ଡସଭ୍ୟ/ସଭ୍ୟାଙ୍କ ସମେତ ବହୁ ପଞ୍ଚାୟତବାସି ଉପସ୍ଥିତ ଥିଲେ l