ବେଳାଭୂମି ଜଙ୍ଗଲ ସୁରକ୍ଷା ଦ।ବିକଲା ଅମ୍ବିକାଇ ଗଣପରିଷଦ

ପାରାଦ୍ଵୀପ : ପାରାଦ୍ଵୀପ ଶିଳ୍ପାଞ୍ଚଳ ସଂଲଗ୍ନ ବେଳାଭୁମି ରେ ଓଡ଼ିଶା ସରକାରଙ୍କ ଦ୍ଵାରା କରାଯାଇଥିବା ସାମାଜିକ ଜଙ୍ଗଲ ଏବଂ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଓ ଏଫ୍ ଡି ସି ମାଧ୍ୟମରେ ସାମାଜିକ ବନି କରଣ କରି ଅଛି। ତାଙ୍କର ଚୁକ୍ତି ଅନୁସାରେ ଓ ଏଫ୍ ଡି ସି ନିଜ ତତ୍ତ୍ଵାବଧାନରେ ବନୀକରଣ କରି ପ୍ରତି ତିନି ବର୍ଷ ରେ ବନ୍ଦର ପ୍ରାଧିକରଣ କୁ ହସ୍ତାନ୍ତର କରୁଚି। କିନ୍ତୁ ବନ୍ଦର ପ୍ରାଧିକରଣ କୌଣସି ଜଗୁଆଳ ବ୍ୟବସ୍ଥା କରି ନାହିଁ। ଫଳରେ କାଠ ଲୁଟେରା ମାନେ ବେଧଡକ ଭାବରେ ଜଙ୍ଗଲ ଲୁଟ କରିଚାଲିଛନ୍ତି। ଅମ୍ବୀକାଇ ଗଣ ପରିଷଦ ମହାବାତ୍ୟାର କରାଳ ବିଭୀଷିକା ଉପରେ ବିଗତ 25ବର୍ଷ ଧରି ସତର୍କ ଦିବସ ପାଳନ କରି ଜନ ସଚେତନ କରି ଆସୁଅଛି।ଉପକୂଳ ଜଙ୍ଗଲ କେବଳ ଶିଳ୍ପାଞ୍ଚଳ ସମେତ ଜନବସତିକୁ ମହାବାତ୍ୟା, ସୁନାମୀ, ଲୁନାବନ୍ୟା ପ୍ରଭୃତି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ଅହେତୁକ ତାପମାତ୍ରା ବୃଦ୍ଧିକୁ ରୋକିବାରେ ସକ୍ଷମ ହେବ। ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଓ ବନ୍ଦର ପ୍ରାଧିକରଣ କାଠ ଲୁଟେର।ଙ୍କ ଉପରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆମ୍ବୀକାଇ ଗଣପରିସଦର ସଭାପତି ତଥା ପରିବେଶବିତ୍ ଧ୍ରୁବ ଚରଣ ମହାପାତ୍ର ଟା14,5, 2025ରିଖ ରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାରାଦ୍ଵୀପ, ନିର୍ବାହୀ ଅଧିକାରୀ ପାରାଦ୍ଵୀପ ପୌର ପରିଷଦ, ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ସଚିବ, କୁଜଙ୍ଗ ବନାଞ୍ଚଲ୍ ଅଧିକାରୀ, ଜଟାଧାର ମୁହାଣ ମେରାଇନି ଥାନାର ଭାରପ୍ରାପ୍ତ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ପାରାଦ୍ଵୀପ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଯୁଦ୍ଧ କାଳୀନ ଭିତ୍ତିରେ ଜଙ୍ଗଲ ଲୁଟରାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *