ଉପ ମୁଖ୍ୟସଚେତକ ଙ୍କୁ ଭେଟିଲା : ଓୟୁଜେ , ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ ଦାବୀ ଦୋହରାଇଲା :ଓୟୁଜେ , ସାମ୍ବାଦିକ ଙ୍କ ଦାବି ପୂରଣ ଓୟୁଜେ ର ପ୍ରାଥମିକତା

ବାଲେଶ୍ଵର : ଓଡିଶା ସାମ୍ବାଦିକ ୟୁନିଅନ ବାଲେଶ୍ଵର ଜିଲ୍ଲା ଶାଖା ର ଏକ ପ୍ରତିନିଧି ଦଳ ରାଜ୍ୟର ସାମ୍ବାଦିକ ମାନଙ୍କ ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ ଆଲୋଚନା କରିଥିଲେ l ଦେଶର ବିଭିନ୍ନ ରାଜ୍ୟର ସରକାର ମାନେ ସାମ୍ବାଦିକଙ୍କ କଲ୍ଯାଣ ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି ବୋଲି ୟୁନିଅନର ଜିଲ୍ଲା ଶାଖା ସଭାପତି ଶ୍ରୀ ଗଙ୍ଗାଧର ରାଉତ ଙ୍କ ନେତୃତ୍ଵରେ ଯାଇଥିବା ପ୍ରତିନିଧି ଦଳର ସଦସ୍ୟମାନେ ଉପ ମୁଖ୍ୟ ସଚେତକ ଶ୍ରୀ ଦାସ ଙ୍କୁ ଅବଗତ କରିଥିଲେ l ଏହି ପ୍ରତିନିଧି ଦଳରେ ଜୋନାଲ ସମ୍ପାଦକ ରବିନ୍ଦ୍ର ମହାକୁଡ଼, କୋଷାଧ୍ଯକ୍ଷ ସୁରେଶ ଚନ୍ଦ୍ର ଦାସ, ବରିଷ୍ଟ ସଦସ୍ଯ ଲକ୍ଷ୍ମୀଧର ଗାଣ ପ୍ରମୂଖ ଉପସ୍ଥିତ ଥିଲେ l ଆଲୋଚନା ପରେ ସାମ୍ବାଦିକ ଙ୍କ ସୁରକ୍ଷା, ପେନସନ୍ ବ୍ୟବସ୍ଥା, ଅଧିସ୍ୱୀକୃତି କମିଟି ଗଠନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଅବଗତ କରିବେ ବୋଲି ଉପମୁଖ୍ୟ ସଚେତକ ଶ୍ରୀ ଦାସ ଦୃଢ ପ୍ରତିଶ୍ରୁତି ଦେଇଥିଲେ l ଏଥିସହିତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ଦିଆଯାଉଥିବା ପାଞ୍ଚ ଲକ୍ଷ ଟଙ୍କାର ବୀମା ରାଶିକୁ ଦଶ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସମ୍ପର୍କରେ ପ୍ରତିନିଧି ଦଳ ମଧ୍ୟ ଆଲୋଚନା କରିଥିଲେ l ରାଜ୍ୟ ସରକାର ସାମ୍ବାଦିକଙ୍କ ସମସ୍ୟା ପ୍ରତି ସଚେତନ ଅଛନ୍ତି ଯେ, କୌଣସି ସମୟରେ ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ତାହା ପୂରଣ କରାଯିବ ବୋଲି ଶ୍ରୀ ଦାସ ପ୍ରତିନିଧି ଦଳର ସଦସ୍ୟ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ l ସାମ୍ବାଦିକ ମାନଙ୍କ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ରାଜ୍ଯ ସଭାପତି ଶ୍ରୀ ପ୍ରସନ୍ନ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ଓୟୁଜେ ଏଭଳି କାର୍ଯ୍ୟ ଜାରୀ ରଖିବ ବୋଲି ସଭାପତି ଶ୍ରୀ ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି l

Leave a Reply

Your email address will not be published. Required fields are marked *