ଅକ୍ଷୟ ତୃତୀୟା ଅବସରରେ ମା ଶାରଳା ଙ୍କ ଜନ୍ମ ଦିନ ପାଳନ ସହ ନୁତନ୍ ବିଗ୍ରହ ସ୍ଥାପନ l

ପାରାଦୀପ : ପାରାଦୀପ ରଙ୍ଗିଆ ଗଡ ଗ୍ରାମରେ ଅକ୍ଷୟ ତୃତୀୟା ରେ ମା ଶାରଳା ଙ୍କ ଜନ୍ମ ଦିନ ପାଳନ ଅବସରରେ ନୁତନ ବିଗ୍ରହ ସ୍ଥାପନ କରାଯିବା ସହ ବିଭିନ୍ନ କାର୍ଯ୍ୟ କ୍ରମ ର ଅlଓଜନ୍ କରାଯାଇ ଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟ କ୍ରମ ରେ ମା ଶାରଳା ରଙ୍ଗୀଆ ଗଡ ଗ୍ରାମ ପରିଭ୍ରମଣ କରି ଥିବା ବେଳେ ଘଣ୍ଟ ଘଣ୍ଟା ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ନlମକିର୍ତନ୍ ସାରା ଗ୍ରାମ ତତ୍ସବ ମୁଖର ହୋଇ ଉଠିଥିବା ବେଳେ ତିନିଦିନ ଧରି ରାମଲୀଳା ପରିବେଷଣ କରାଯିବାର କାର୍ଯ୍ୟ କ୍ରମ ରହିଥିବା ଜଣାଯାଇଛି l ଏଥିରେ ସାରା ରଙ୍ଗିଆ ଗଡ ଗ୍ରାମର ଗ୍ରାମ ବାସି ମାନେ ମା ଙ୍କ ବିଗ୍ରହ ସ୍ଥାପନ ଓ ଜନ୍ମ ଦିନ ଖୁବ୍ ଧୁମଧାମରେ ପାଳନ କରିଥିବା ଦେଖା ଯାଇଛି l ପ୍ରଥମେ ମାଙ୍କ ପୁଜା ଅର୍ଚ୍ଚନା କରାଯାଇ ଥିବା ବେଳେ ତିନି ତିନିଟି ବିମାନରେ ବିଗ୍ରହ ମାନେ ରଙ୍ଗିଆ ଗଡ ଗ୍ରାମ ପରିଭ୍ରମଣ କରିଥିଲେ l ଏଥିରେ ମୁଖ୍ୟ ପୁରୋଧା ଭାବେ ରଙ୍ଗିଆ ଗଡ଼ ଗ୍ରାମର ବାଳ କୃଷ୍ଣ ଜେନା ପୌରହିତ୍ କରିଥିବା ଜଣା ଯାଇଛି l ଅପରାହ୍ନ ରେ ବିଭିନ୍ନ ବିଗ୍ରହ ମାନ ସ୍ଥାପନା କରାଯାଇ ଥିବା ଦେଖିବାକୁ ମିଳିଛି l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *