ପାରାଦ୍ଵୀପ : ପାରାଦ୍ଵୀପ ପୌର ପରିଷଦ ତରଫରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାରାଦୀପ ସାଇନିଶି ପlର୍କରେ ଏକ ସାଧାରଣ ସଭା ଅନୁଷ୍ଟିତ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଧାୟକ ତଥା ଓଡ଼ିଶା ସରକାର ଙ୍କର ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ ଥିବା ବେଳେ ପାରାଦୀପ ପୌର ପ୍ରଶାସନ ର ୧୯ଟି ୱାର୍ଡ ରୁ ବହୁ ପାରିଷଦ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା l ଏହି ସଭାରେ ମୁଖ୍ୟ ପୁରୁଧା ଭାବେ ପାରାଦୀପ ପୌର ପ୍ରଶାସନ ର ଅଧକ୍ଷ ଶ୍ରୀ ଯୁକ୍ତ ବସନ୍ତ ବିଶ୍ଵାଳ ପୌର ହିତ କରିଥିବା ବେଳେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ କରାଯାଇ ଥିଲା l ଏଥିରେ ଉପସ୍ଥିତ ପାରାଦୀପ ପୌର ପ୍ରଶାସନ ର ବହୁ ପାରିଷଦ ମିଳିତ ଭାବେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିବା ବେଳେ ଉପସ୍ଥିତ ବହୁ ସଦସ୍ୟ ମାନେ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଥିଲା l ପାରାଦୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ