
ଉମରକୋଟ୧୬/୦୫/୨୫() ସ୍ଥାନୀୟ ଅତିରିକ୍ତ ଜିଲା ଜଜ ଙ୍କ ଅଦାଲତ ରେ ପୂର୍ବତନ ଅତିରିକ୍ତ ଜିଲା ଜଜ ଗିରିଜା ପ୍ରସାଦ ମହାପାତ୍ରଙ୍କ ବଦଳି ହେବା ପରେ ନୂତନ ଭାବେ ସୁଶ୍ରୀ ସୁନିତା ପଟ୍ଟନାୟକ ଉମରକୋଟ ଅତିରିକ୍ତ ଜିଲା ଜଜ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି।କାର୍ଯ୍ୟ ର ପ୍ରଥମ ଦିନ ଅପରାହ୍ନରେ ଉମରକୋଟ ଓକିଲ ସଂଘ ତରଫରୁ ନୂତନ ଭାବେ ଯୋଗ ଦେଇଥିବା ସୁଶ୍ରୀ ସୁନିତା ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏଥିରେ ସ୍ଥାନୀୟ ବରିଷ୍ଟ ଦେୱାନୀ ତଥା ସିଭିଲ ଜଜ ଚିନ୍ମୟ କୁମାର ପାଢ଼ୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ ।ଏହି ଅବସରରେ ସମସ୍ତ ଓକିଲ ବନ୍ଧୁ ମାନେ ଓକିଲ ସଂଘ ପରିସରରେ ଉପସ୍ଥିତ ରହି ସୁଶ୍ରୀ ପଟ୍ଟନାୟକ ଙ୍କୁ, ଓକିଲ ସଙ୍ଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଘର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶାନ୍ତନୁ ବାହିନୀପତି, ବରିଷ୍ଠ ସରକାରୀ ଓକିଲ ଝାଡେଶ୍ୱର ମହାନ୍ତି ,ଅନ୍ୟତମ ବରିଷ୍ଠ ସରକାରୀ ଓକି
ଲ ଶ୍ରୀନିବାସ ପଟ୍ଟନାୟକ , ଉପସଭାପତି ବିଜୟ ଲତା ପାଣିଗ୍ରାହୀ, କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତି, ସହ- ସମ୍ପାଦକ ସୁଧାଂଶୁ ସାଧୁଙ୍କ ସମେତ ବରିଷ୍ଟ ଓକିଲ ତପନ ଦେବନାଥ, ବିଜୟ ସିଂ, ମୀନକେତନ ପରିଛା,ସନ୍ତୋଷ ସାହୁ, ଅଶୋକ ପାଢ଼ୀ,ରାମ ନାୟକ, କାଳୀ ନନ୍ଦ,ହରିହର ଶତପଥୀ,କୃଷ୍ଣ ପଟ୍ଟନାୟକ, କମଲ ଗାଇନ,ଯୋଗେନ୍ଦ୍ର ମାଝୀ, ସୁମନ ସାମଲ,ନିବେଦିତା ହାଲଦାର, ଭାବନା ତ୍ରିପାଠୀ, ଜୟନ୍ତ ମଜୁମଦାର, ବୁଲୁ ଗରଡ଼ା, ସଂଜୟ ବିଶୋୟୀ ଓ ଅନେକ ଓକିଲ ବନ୍ଧୁ ଉପସ୍ଥିତ ରହିଥିଲେ।