


ଚଣ୍ଡିଖୋଲ ୧୪/୫ : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଧାନମଣ୍ଡଳ ସ୍ଥିତ ହୋଲି ଜେଶସ ପବ୍ଲିକ ସ୍କୁଲ ର ଚଳିତ ବର୍ଷ ସି,ବି, ଏସ,ଇ ଦଶମ ଶ୍ରେଣୀ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣି ଛନ୍ତି। ଚଳିତ ବର୍ଷ ଦଶମ ଶ୍ରେଣୀ ରେ ୧୪ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ଅମ୍ବିକା ପି ସେଠୀ ୯୪ଶତକଡା ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ବୈଭବ ବିଶ୍ବାଳ ୯୨ଶତକଡା ଓ ଶୁଭମ ପାତ୍ର ୯୨ଶତକଡା ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣି ଛନ୍ତି। ଅନ୍ୟ ଛାତ୍ର ଛାତ୍ରୀ ମାନେ ୮୦ରୁ ୯୦ଶତକଡା ନମ୍ବର ରଖି କୃତିତ୍ୱ ଅର୍ଜନ କରିଛନ୍ତି।ବିଦ୍ୟାଳୟର ଏହି ସଫଳତା ପାଇଁ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।।