

ଚଣ୍ଡିଖୋଲ ୧୪/୫ : ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ ସ୍କୁଲ ଚଳିତ ବର୍ଷ ସି ବି,ଏସ ,ଇ ଦଶମ ଶ୍ରେଣୀ ପରୀକ୍ଷା ରେ ସଫଳତାର ଶୀର୍ଷ ରେ ପହଞ୍ଚିଛି। ଉନ୍ନତ ମାନର ଭିତ୍ତିଭୂମି , ଉଚ୍ଚ ବୈଷୟିକ ଜ୍ଞାନ ମାଧ୍ୟମରେ ଶିକ୍ଷା ଦାନ, ଦକ୍ଷ ଓ ପ୍ରବୀଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ଶିକ୍ଷା ଦାନ, ସୁନ୍ଦର ସବୁଜ ପରିବେଶ , ଡିଜିଟାଲ ମାଧ୍ୟମରେ ଶିକ୍ଷା ପ୍ରଦାନ, ଉନ୍ନତ ମାନର ବିଜ୍ଞାନଗାର ସାଙ୍ଗକୁ ଶୃଙ୍ଖଳିତ ଓ ଅନୁଶାସନ ଗତ ଶିକ୍ଷା ପ୍ରଦାନ ପାଇଁ ଡିୟୁ ପବ୍ଲିକ ସ୍କୁଲ ଆଜି ସଫଳତାର ଶୀର୍ଷ ରେ ପହଞ୍ଚି ପାରିଛି। ଚଳିତ ବର୍ଷ ସି,ବିଏସ,ଇ ଦଶମ ଶ୍ରେଣୀ ପରୀକ୍ଷା ରେ ଶତ ପ୍ରତିଶତ ସଫଳତା ପାଇଁ ବିଦ୍ୟାଳୟ ସ୍ବର୍ଣ୍ଣାଭ ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି। ଚଳିତ ବର୍ଷ ଦଶମ ଶ୍ରେଣୀ ରେ ୪୧ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ଦିବ୍ୟାସା ନାୟକ ୯୭ଶତକଡା ନମ୍ବର ରଖି ବିଦ୍ୟାଳୟ ରେ ଟପ୍ପର ହୋଇଥିବା ବେଳେ ସାଇଜ୍ୟୋତି ନାୟକ ୯୫ଶତକଡା , ହୋସେନ ଅହମଦ ୯୩ଶତକଡା ଓ ଅର୍ପିତା ସାମଲ ୯୧ ଶତକଡା ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣି ଛନ୍ତି। ଏଥି ସହିତ ୪ଜଣ ଛାତ୍ର ଛାତ୍ରୀ ୯୦ଶତକଡା ଓ ୧୩ଜଣ ଛାତ୍ର ଛାତ୍ରୀ ୮୦ରୁ ୯୦ଶତକଡା ନମ୍ବର ରଖି କୃତ କାର୍ଯ୍ୟ ହୋଇଛନ୍ତି। ପିଲା ମାନଙ୍କ ର ଏହି ସଫଳତା ପାଇଁ ବିଦ୍ୟାଳୟ ର ନିର୍ଦେଶକ ଇଞ୍ଜିନିୟର ଧନେଶ୍ୱର ମହାପାତ୍ର,ଡକ୍ଟର ବିଶ୍ୱଜିତ ମହାପାତ୍ର, ଅଧ୍ୟକ୍ଷା ସୁଜାତା ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।