
କଟକ ତା- ୧୦-୦୫-୨୦୨୫ ରିଖ ସିଡିଏ ୧୧ ନମ୍ବର ଆଦର୍ଶ ନଗର ଆବାସିକ ସଂଘ ପକ୍ଷରୁ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି। ଓଡ଼ିଶାରେ ଗ୍ରୀଷ୍ମ ଓ ଉତ୍ତପ୍ତ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ସର୍ବପୁରାତନ ଆବାସିକ ସଂଘ ସଭାପତି ଉପସ୍ଥିତ ରହି ସିଡିଏ ୧୧ ନମ୍ବର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଦାହି ସର୍ବତ ଓ ମିଠା ଲସି ବଣ୍ଟନ କାର୍ଯକ୍ରମ ଅନୁଷ୍ଟିତ ହୋଇଯାଇଛି।
ଏହି “ଜଳଦାନ ମହlପୂନ୍ଯ ” କାର୍ଯ୍ୟକ୍ରମକୁ ସଙ୍ଘର ସଭାପତି ମୈତ୍ରିଜିତ୍ ମହାନ୍ତି ଓ ଆବାସିକ ସଂଘର ସଂପାଦକ ଦ୍ବାରିକା ନାଥ ମହାନ୍ତି ଉପସ୍ଥିତ ରହି ଜଳ ବଣ୍ଟନ କାର୍ଯ୍ୟକ୍ରମକୁ ତୋରାନିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରବିନ୍ଦ୍ର ମୁଦୁଲି, ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ପାର୍ବତୀ ଗୋବିନ୍ଦ ସାହିତ୍ୟ ସଂସ୍କୃତି ଟ୍ରଷ୍ଟର ପ୍ରାଣ ପ୍ରତିଷ୍ଠା ଶଶଧର ପଣ୍ଡା , ଲକ୍ଷ୍ମୀ ନାରାୟଣ ଦାଶ, ବସନ୍ତ କୁମାର ବେହେରା, ବେଣୁଧର ପାତ୍ର, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରତାପ କୁମାର ରାୟ, ବୈଷ୍ଣବ ଚରଣ ପରିଡା,କେଶବ ଚରଣ ରାଉତ, ପ୍ରତି ରଞ୍ଜନ ସ୍ବାଇଁ, ରବିନାରାୟଣ ପ୍ରଧାନ,ନିତାଇ ଚରଣ ମାଇତି, କରୁଣାକର ପାତ୍ରଙ୍କ ସମେତ ସ୍ଥାନୀୟ ଅଳର ବରିଷ୍ଠ ନାଗରିକ, ମହିଳାମାନେ ଓ ସିଡିଏ ୧୧ ନମ୍ବର ବାସିନ୍ଦା ମାନଙ୍କର ଏହି ଜଳ ବଣ୍ଟନ କାର୍ଯ୍ୟକ୍ରମକୁ ସାହାଯ୍ୟ ଓ ସହଯୋଗ କରିଥିଲେ।