ଖଣ୍ଡି ଦେଉଳି ହାଇସ୍କୁଲ ମ୍ୟାଟ୍ରିକ ଟପ୍ପର ହେଲେବିଷ୍ଣୁ ପ୍ରସାଦ ଓ ଇତିଶ୍ରୀ

ଗଞ୍ଜାମ : ୦୩.୦୫.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ଖଣ୍ଡିଦେଉଳି ହାଇସ୍କୁଲର ଛାତ୍ର ବିଷ୍ଣୁ ପ୍ରସାଦ ବାରିକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୪୬ ନମ୍ବର ରଖିଖଣ୍ଡି ଦେଉଳି ହାଇସ୍କୁଲ ଟପ୍ପର ହୋଇଛନ୍ତି । ସେ ସ୍କୁଲ ହଷ୍ଟେଲରେ ରହି ପାଠପଢୁଥିବା ବେଳେ, ତାଙ୍କ ଘର
ବେଗୁନିଆପଡା ବ୍ଳକର ବଡ଼ଖଇଖମା ପଞ୍ଚାୟତର ବଡ଼ଖଇଖମା ଗ୍ରାମର ବାସିନ୍ଦା କାର୍ତ୍ତିକ ବାରିକ ଓ ଅବଳା ବାରିକଙ୍କ ପୁଅ ବିଷ୍ଣୁ ପ୍ରସାଦ ପିଲାବେଳୁ ମେଧାବୀ ଛାତ୍ର ଅଟନ୍ତି l ସେ ବିଭିନ୍ନ ବର୍ଗର ବୃତ୍ତି ପାଇଥିବା ବେଳେ, ଭଲ ବକ୍ତା, ଚିତ୍ରାଙ୍କନ, କ୍ରୀଡା ରେ
ନିଜର ପାରଦର୍ଶିତା ଦେଖାଇ ଆସିଛନ୍ତି l ଗଛ ଲଗାଇବାକୁ ଭଲ ପାଉଥିବା ବିଷ୍ଣୁ ପ୍ରସାଦ ଦିନକୁ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରୁଥିବା ବେଳେ, ସେହି ପରି ଖଣ୍ଡି ଦେଉଳି ହାଇସ୍କୁଲ ଇତିଶ୍ରୀ ଗୌଡ଼ ଗଞ୍ଜାମ ବ୍ଲକ୍ ତାରିଣୀ ପଲି ଗ୍ରାମର ସୁବାସ ଗୌଡ଼ ଙ୍କ ଝିଅ ଇତିଶ୍ରୀ ର ଏହି ଭଳି ସଫଳତା ପାଇଁ ପରିବାର ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।
ଏହି ସଫଳତା ପାଇଁ ଭଗବାନଙ୍କ ଆଶୀର୍ବାଦ, ବାପା ଓ ମାଆ ବିଶେଷ କରି ଖଣ୍ଡିଦେଉଳି ହାଇସ୍କୁଲର ପ୍ରଧାନଶିକ୍ଷକ ତରେ ଡ଼. ଶଙ୍କର ନାରାୟଣ ବେଜଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ପାଠପଢାର ଗାଇଡ଼ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଯୋଗୁଁ ଏହି ସଫଳତା ପାଇପାରିଛି ବୋଲି କହିଛନ୍ତି । ଭବିଷ୍ୟତରେ ଜଣେ ମାରଚାଣ୍ଡ ନେଭି ଅଫିସ ର ହୋଇ ଦେଶ ମାତୃକାର ସେବା କରିବା ଲକ୍ଷ୍ୟ ରହିଥ‌ିବା କହିଛନ୍ତି ବିଷ୍ଣୁ ପ୍ରସାଦ l ଏହି ସଫଳତା ପାଇଁ ପ୍ରଧାନଶିକ୍ଷକ ଡ଼. ବେଜ, ଶିକ୍ଷକ ଶିକ୍ଷୟତ୍ରୀ,ପରିଚାଳନା କମିଟି, ଅଞ୍ଚଳବାସୀ ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *