
ଛତ୍ରପୁର : ୦୨.୦୫.୨୫
(ମିଥୁନ ବାରିକ୍)
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲ ଆଂକୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଘଲଟି ଜଳପ୍ରକଳ୍ପ ବିସ୍ଥାପିତ ଅଂଚଳର ବଣିଆବସା ଗ୍ରାମବାସୀ ବିଭିନ୍ନ ସମସ୍ୟା ନେଇ ଗତି କରୁଛନ୍ତି, ଏହି ସମସ୍ୟା ସମାଧାନ ନେଇ ପ୍ରତିସୃତି ମିଳିଥିଲେ ମଧ୍ୟ କୌଣସି ଦାବି ପୁରଣ ହୋଇ ନାହିଁ । ଗ୍ରାମବାସୀଙ୍କ ପକ୍ଷରୁ ୧୪ ଗୋଟି ଦାବି ନେଇ ଛତ୍ରପୁର ସ୍ଥିତ ଗଞ୍ଜାମ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା, ଦାବୀ ଗୁଡିକ ମଧ୍ୟରେ ଏକ ଏକର ଜମି ପ୍ରଦାନ , ୨୦ ଜଣ ବ୍ୟକ୍ତିଙ୍କର ୧୮ ବର୍ଷିଆ ତାଲିକାରେ ନାମ ସଂଯୋଗ, ଗୋଟିଏ ବନ୍ଧ ନିର୍ମାଣ,ନୂତନ ଜାଗାର ପଟ୍ଟା ପଦାନ,ଶ୍ମଶାନ ଜାଗା ଚିହ୍ନଟ ଓ ଶ୍ମଶାନ ମଣ୍ଡପ ନିର୍ମାଣ,ପାଣି ଟ୍ୟାଙ୍କ ମରାମତି,ସୋଲାର ସିଷ୍ଟମ୍ ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା,ଗ୍ରାମରେ ନୂତନ କଲ୍ୟାଣି ମଣ୍ଡପ ନିର୍ମାଣ, ନୂତନ ରୋଷେଇ ଶାଳ ନିର୍ମାଣ, ମାଁ କୁରେଇଶୁଣି ମସ୍ୟଜିବି ସଂଘରେ ବଣିଆବସା ଗ୍ରାମବାସୀଙ୍କୁ ଅନ୍ତର୍ଭୁକ୍ତ କରାଇବା,ନଳକୂପ ମରାମତି ଓ ଗୋଟିଏ ନୂତନ ନଳକୁପ ଖନନ,ପ୍ରତ୍ୟେକ ଘରକୁ ସୋଲାର ଲାଇଟ୍ ପ୍ରଦାନ ଆଦି ରହିଥିବା ବେଳେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହା ପରେ ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ମିଳିଛି ପ୍ରତି ସୃତି ।