

ଛତ୍ରପୁର : ୨୭.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର କଳା ବିକାଶ କେନ୍ଦ୍ର ର ଓଡ଼ିଶୀ କଳାକାର ମାନେ ସୁରଭି ପ୍ରତିଭା ଆୱାର୍ଡ -୨୦୨୫ରେ କୃତିତ୍ବ ହାସଲ କରିଛନ୍ତି । ଭୁବନେଶ୍ବର ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ରାଜ୍ୟ ଓ ରାଜ୍ୟ ବାହାରର ୨ ଶହ ରୁ ଅଧିକା କଳାକାର ଯୋଗ ଦେଇ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସେଥିମଧ୍ୟରୁ ଛତ୍ରପୁର ର ଆନ୍ତର୍ଜାତୀୟ ନୃତ୍ୟ ଗୁରୁ ଅଳକା ସାହୁ ଙ୍କ ଶିଷ୍ୟ ଆଫ୍ରିନ ବେହେରା ଜୁନିଅର ବର୍ଗରେ ଦ୍ଵିତୀୟ ସ୍ଥାନ ହାସଲ କରିଥିବାବେଳେ ସବ ଜୁନିଅର ବର୍ଗ ରେ ଶୁଭଶ୍ରୀ ରେଡ୍ଡୀ ଦ୍ଵିତୀୟ ତୀୟସ୍ଥାନ ଅଧିକାର କରିଛନ୍ତି । ସିନିଅର ବର୍ଗ ରେ କେଶବ ବେହେରା ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କାର ସହ ସମ୍ମାନିତ ହୋଇଛନ୍ତି। ଏହି ଦଳ ଏକ ସୁନ୍ଦର ଗ୍ରୁପ ଡାନ୍ସ ପ୍ରଦର୍ଶନ କରିଥିଲେ। ଗୁରୁ ଡ ପିତାମ୍ବର ବିଶ୍ବାଳ ଙ୍କ ତରଫରୁ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏବଂ ଏହି ଭଳି କଳାକାରଙ୍କ ନୃତ୍ୟ ପରିବେଷଣ କରିଥିବାରୁ ସମସ୍ତେ ସାଧୁବାତ ଜଣାଇଛନ୍ତି