ବଜରଙ୍ଗୀ ଦଳ ଓ ହିନ୍ଦୁ ଏକତା ପକ୍ଷରୁ ଗଞ୍ଜାମ ସହର ରେ କ୍ୟାଣ୍ଡେଲ ଶୋଭା ଯାତ୍ରା ।

ଛତ୍ରପୁର : ୨୭.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଦୀର୍ଘ ଦିନ ପରେ ଜାମ୍ମୁ କାଶ୍ମୀରରେ ପୁଣି ରକ୍ତମୁଖା ହୋଇଉଠିଛନ୍ତି ଆତଙ୍କବାଦୀ l ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲ୍ଲାର ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପହଲଗାମ୍ କୁ ଟାର୍ଗେଟ କରି ସେନା ପୋଷାକ ପିନ୍ଧି ଆସିଥିବା ଆତଙ୍କୀଙ୍କ ଅଖିବୁଜା ଗୁଳି ମାଡ଼ରେ ୨୭ ରୁ ଅଧିକ ଭାରତୀୟ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି l ନବ ବିବାହିତ ଦମ୍ପତିଙ୍କଠୁ ଆରମ୍ଭ କରି ପରିବାର ବର୍ଗଙ୍କ ସହିତ ଭ୍ରମଣରେ ଯାଇଥିବା ଅନେକ ପର୍ଯ୍ୟଟକଙ୍କ ମୃତ୍ୟୁରେ ଆଜି ସାରା ଦେଶ କାନ୍ଦୁଛି l ଧର୍ମ ପଚାରି ଆଖିବୁଜା ଗୁଳି କରି ମାରିଥିବା ହୃଦୟବିଦାରକ ଦୃଶ୍ୟ ସାରା ଭାରତକୁ ବିସ୍ମିତ କରିଛି l ସେଥିରୁ ଆମ ଦୁଇ ଜଣ ଓଡ଼ିଆ ଭାଇ ମଧ୍ୟ ପ୍ରାଣ ହରାଇଛନ୍ତି l ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସରଳ ନିରୀହ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଗଞ୍ଜାମ ସହର ବଜରଙ୍ଗ ଦଳ ଓ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ଗଞ୍ଜାମ ସହର ସାନ ବଜାରଠାରୁ ଆରମ୍ଭ ହୋଇ ତ୍ରିବେଣୀ ମଠ ଦେଇ ପୁଣି ସାନ ବଜାରଠାରେ ଶେଷ ହୋଇଥିଲା। ଶୋଭାଯାତ୍ରାରେ ପାକିସ୍ତାନ ମୁର୍ଦ୍ଦାବାଦ, ମୁସଲମାନଙ୍କ ହିନ୍ଦୁ ଉପରେ ଅତ୍ୟାଚାର ଚଳିବ ନାହିଁ , ମୁସଲମାନ ଗୋ ବ୍ୟାକ ନାରା ଦିଆଯାଇଥିଲା। ଏହି ଶୋଭାଯାତ୍ରାରେ ପ୍ରଭାତ କୁମାର ସାହୁ, ସୁଧୀର କୁମାର ପାଢ଼ୀ, କେ ଇଲେୟା ରେଡ୍ଡୀ, ପ୍ରଭାତ ବିଶ୍ୱାଳ, ଗଙ୍ଗା ରାଉଳ, ଆକାଶ ଗୌଡ଼ ଧରଣୀ ସାହୁ, ବିଶ୍ୱଭୂଷଣ ଦଳାଇ, କେଞ୍ଚୁ ପଣ୍ଡା, ମନୋଜ ପ୍ରଧାନ, ପ୍ରଦୀପ ବେହେରା, ଅଜୟ ରାଉଳ, ରଜନୀ, ଶୋନୁ, ପପୁ, ଶିବା, ପପି, କାଳିଆ, ଜିତୁଙ୍କ ସମେତ ସମସ୍ତ ବଜରଙ୍ଗ ଦଳ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *