ଛତ୍ରପୁର ପ୍ରେସ କ୍ଲବ ରେ ଶୋକ ଦିବସ ।

ଛତ୍ରପୁର : ୨୫.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଜାମୁ – କାଶ୍ମୀର ପହଲ ଗାମ୍ ରେ ଆତଙ୍କ ଖେଳିଥିବା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଭାରତୀୟ ବାସୀ ଙ୍କ ହୃଦୟକୁ କଷ୍ଟ ଦେଇଥିବା ଆତଙ୍କ ବାଦୀ ମାନଙ୍କୁ ଘୋର ନିନ୍ଦା କରିଛନ୍ତି।ସେହି ଭଳୀ ଦେଶରେ ୨୮ ଜଣ ଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ରାଜ୍ୟରେ ୨ ଦୁଇଜଣ ମୃତୁ ବରଣ ହୋଇଛି । ଜାମ୍ମୁ-କାଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରିବା ସହ ମୃତ୍ୟୁ ବରଣ କରିଥିବା ନିରୀହ ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଆଜି ଛତ୍ରପୁର ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତ୍ୱରେ ଛତ୍ରପୁର ପ୍ରେସ୍ କ୍ଲବ ପରିସରରେ ଶୋକ ପ୍ରାର୍ଥନା ଶୋକ ସଭା ଅନୁଷ୍ଠିତ ହୋଇଛି । ଏହି ଶୋକ ସଭା ରେ ଉପ ସଭାପତି ସନ୍ତୋଷ କୁମାର ମିଶ୍ର,କ୍ଷୀରୋଦ ଚନ୍ଦ୍ର ସାହୁ,ଅଜିତ୍ କୁମାର ସ୍ବାଇଁ ,ପ୍ରଶାନ୍ତ କୁମାର ମହାରଣା,ସରୋଜ ସାମାଲ୍,ଦିଲୀପ ସାମଲ, ସୁଧୀର କୁମାର ନାହାକ,ବିସ୍ମୟ ପ୍ରଧାନ,ରବୀନ୍ଦ୍ର ନାହାକ,
ସନ୍ତୋଷ ସାହୁ,ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *