ନୀଳାଦ୍ରିପୁର ରେ ଚାଲିଛି ବେଧଡ଼କ ସରକାରୀ ଜମି ବିକ୍ରି

ଛତ୍ରପୁର : ୨୫.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ତହସିଲ ଅନ୍ତର୍ଗତ ଆଲିଆବାଦ ମୌଜା ର ନୀଳାଦ୍ରିପୁର ଗ୍ରାମର କିଛି କୁଜି ନେତା ଗତ କିଛି ମାସ ହେଲାଣି ସେ ଅଞ୍ଚଳର ଗରିବ ଲୋକଙ୍କ ଠୁ କିଛି ଅର୍ଥ ନେଇ ମାଁ ରାମଚଣ୍ଡୀ ଙ୍କ ପାହାଡ ତଳେ ଥିବା ସରକାରୀ ଜମିକୁ ବିକ୍ରି କରୁଛନ୍ତି l ପୂର୍ଵ ସରକାର ସମୟରେ ପଞ୍ଚାୟତ ବାସୀ ଓ ମନ୍ଦିର କମିଟି ତରଫରୁ ଗଞ୍ଜାମ ତହସିଲଦାର ଙ୍କୁ ଲିଖିତ ଜଣେଇବା ପରେ ମଧ୍ୟ ଏହା ଉପରେ କିଛି ପଦକ୍ଷେପ ନିଆନଯିବାରୁ ବର୍ତମାନ ନୀଳାଦ୍ରିପୁର ଗ୍ରାମର ଜଣେ ରାଉଳ କିଛି ଅସାମାଜିକ ବ୍ୟକ୍ତି ଙ୍କୁ ଧରି ଏହିପରି ସରକାରୀ ଜମି ର ବିକ୍ରି କରୁଛନ୍ତି ବୋଲି ସେଠାରେ ପଚାରି ବୁଝିବାରୁ ଲୋକମାନେ କହିଛନ୍ତି l କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଘରବନାଇ ମାସିକ ମୋଟା ଅଙ୍କର ବଟି ମଧ୍ୟ ଅସୁଲ କରୁଛନ୍ତି l ସୂଚନା ମିଳୁଛି ଜେ ସେମାନେ ସେଠି ଦୋକାନଘର ନାଁ ରେ ମଦ ଓ ଗଂଜେଇ ମଧ୍ୟ ବିକ୍ରି କରୁଛନ୍ତି l ଏବଂ ସନ୍ଧ୍ୟା ସମୟରେ ସେହି ରାସ୍ତା କଡରେ ଗଂଜେଇ ଓ ମଦ୍ୟପ ବ୍ୟକ୍ତି ମାନଙ୍କର ଆଡା ମଧ୍ୟ ଜମୁଛି l ଏହା ଫଳରେ ସନ୍ଧ୍ୟା ପରେ ସେହି ଅଞ୍ଚଳବାସି ଓ ମନ୍ଦିରକୁ ଆସୁଥିବା ଭକ୍ତମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି l ଏହାଦ୍ୱାରା ସବୁଜ ଜଙ୍ଗଲ ନଷ୍ଟ ହେବା ସହିତ ସରକାରୀ ଜମିର ଦୁରୁପଯୋଗ କରାଯାଉଛି l ଆଗାମୀ ଦିନରେ ପ୍ରଶାସନ ଯଦି ଏହା ଉପରେ ଉଚିତ ପଦକ୍ଷେପ ନେଇ ସେହି ସରକାରୀ ଜମିରୁ ଜବରଦଖଲ କାରୀଙ୍କୁ ହଟାଇବା ପାଇଁ ପଦକ୍ଷେପ ନନିଅନ୍ତି ତେବେ ଗ୍ରାମବାସୀ ରାସ୍ତା ରୋକ କରିବେ ବୋଲି ଆଜି ବୈଠକ ରେ ନିଷ୍ପତି ନେଇଛନ୍ତି l

Leave a Reply

Your email address will not be published. Required fields are marked *