



ରାୟଗଡ-(ଅଜୟ ରଥ)ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ । ରାସନ କାର୍ଡ ଖଣ୍ଡେ ପାଇଲେ । ଫଳରେ ଦୁଇଓଳି ଦୁଇ ମୁଠା ଖାଇବାକୁ ମଧ୍ୟ ମିଳିଲା । ହେଲେ ବର୍ତମାନ ସରକାରଙ୍କ ଇ-କେଓାଇସି ଛଡାଇନେଲା ଦୁଇଓଳିର ଦୁଇମୁଠା । ଆଧାର କାର୍ଡ ନଥିବାରୁ ନିଜର ନାଁ ଆଧାର ଲିଙ୍କ ହୋଇନପାରିବାରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ନାଁ କଟିଯାଇଛି । ବର୍ତମାନ ଆଧାର କାର୍ଡ କରିବା ପାଇଁ ବାରଦୁଆର ଶୁଣ୍ଢିପିଣ୍ଢା ହୋଇ ନିରାଶ ହୋଇ ଘରେ ବସିଛନ୍ତି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା ସଦର ବ୍ଲକ ତାଡାମା ପଚାଂୟତ ଶାରାପାଡି ଗାଁର ଜଣେ ଅସହାୟ ଦିବ୍ୟାଙ୍ଗ ମହିଳା କାଡ କାଡ୍ରାକାଙ୍କ କ୍ଷେତ୍ରରେ। ପୁର୍ବରୁ ତାଙ୍କ ପରିବାର ରାଶନ କାର୍ଡ ଟିଏ ଥିଲା । ପ୍ରତି ମାସରେ ରାଶନ ଚାଉଳ ଆଣି ଖାଉଥିଲେ । ହେଲେ ଯେତେବେଳେ ସରକାର ଇ-କେଓାସି ଆରମ୍ଭ କଲେ ସେତେବେଳେ ଏହି ଦିବ୍ୟାଙ୍ଗ ମହିଳା କାଡ କାଡ୍ରାକାଙ୍କ ଆଧାର ଲିଙ୍କ ହୋଇନପାରିବାରୁ ଖାଦ୍ୟ ଶୁରକ୍ଷା ଯୋଜନାରୁ ତାଙ୍କ ନାଁକୁ ବାଦ ଦିଆଯାଇଥ୍ରିଲା । ସରାପଡି ଗାଁରେ ନିଜ ପରିବାର ସହିତ ବାସ କରନ୍ତି ଦିବ୍ୟାଙ୍ଗ ମହିଳା କାଡ କାଡ୍ରାକା । ସେ ଦିବ୍ୟାଙ୍ଗ ହୋଇଥିବାରୁ କାମଧନ୍ଦା କରିପାରନ୍ତି ନାହିଁ । ସ୍ୱାମି ଉତରା କାଡ୍ରାକା କାମକୁ ନଯାଇ ସବୁବେଳେ ମଦ ପିଇ ଘରେ ପଡିରହେ । ପୁଅ,ଝିଅ ଦୀନମଜୁରିଆ କାମ କରି ଯାହା ଆଣନ୍ତି ସେଥିରେ ନିଜ ପରିବାର ପ୍ରତିପୋଷଣ ହୋଇଥାଏ । ପ୍ରତିଦିନ ସେମାନଙ୍କୁ କାମ ଧନ୍ଦା ମିଳିନଥାଏ । ଯେଉଁଦିନ ସେମାନଙ୍କୁ କାମ ମିଳିଥାଏ ସେହିଦିନ ଘରେ ଚୁଲି ଜଳିଥାଏ । ସରକାରୀ ସୁବିଧା କହିଲେ କିଛି ନାହିଁ । କେବଳ ସରକାରଙ୍କ ଦ୍ୱାରା ଦିଆଯାଉଥିବା ମୁଣ୍ଡପିଛା ୫ କେଜି ଚାଉଳ । ସେଥିରେ ମାସେ ଚଳିବା କଷ୍ଟକର । ପରିବାରର ସ୍ୱାମି ଓ ପିଲାମାନଙ୍କୁ ମିଳୁଥିବା ମୁଣ୍ଢପିଛା ୫ କେଜି ଚାଉଳରେ ଭାଗ ବସିଥାଏ କାଡ କାଡ୍ରାକା । ବର୍ତମାନ ଦୀର୍ଘ ଏକ ବର୍ଷ ହେଲାଣି ସେ ନିଜର ଆଧାର କାର୍ଡ ଖଣ୍ଡେ ପାଇଁ ବହୁ କଷ୍ଟରେ ପଚଂୟାତ କାର୍ଯ୍ୟାଳୟ, ଠାରୁ ଆରମ୍ଭ କରି ବ୍ଳକ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଲେଣି । ତଥାପି ନିଜର ଆଧାର କାର୍ଡ ଖଣ୍ଡେ ହୋଇପାରିଲା ନାହିଁ । କାରଣ ସରକାରଙ୍କ ନିୟମାନୁଯାୟୀ ଆଧାର କାର୍ଡ ପାଇଁ ନିଜର ଆବଶ୍ୟକିୟ କାଗଜପତ୍ର ନଥିବାରୁ ଆଧାର କାର୍ଡ ହୋଇପାରୁ ନାହିଁ । ତେଣୁ ସେ ସମସ୍ତଙ୍କୁ ଗୁହାରୀ କରୁଛନ୍ତି ଯେ ତାଙ୍କୁ ଆଧାର କାର୍ଡ ପାଇବାରେ ସାହାଯ୍ୟ କରିବା ପାଇଁ । କାରଣ ଆଧାର କାର୍ଡ ହେଲେ ସେ ପୁର୍ବପରି ରାଶନ ଚାଉଳ ପାଇପାରିବା ସହିତ ଦୁଇଓଳି ଦୁଇମୁଠା ଖାଇବାକୁ ପାଇପାରିବେ । ଆଧାର କାର୍ଡ ନଥିବାରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ଦିବ୍ୟାଙ୍ଗ ପ୍ରମାଣପତ୍ର ନଥିବାରୁ ସେ ଦିବ୍ୟାଙ୍ଗ ଭତା ପାଇବାରୁ ବଚିଂତ । ସରକାରୀ ସୁବିଧା କହିଲେ ଆଉ କିଛି ନାହିଁ । ସରକାର ଓ ଜିଲ୍ଲା ପ୍ରଶାସନ ଯଥାଶିଘ୍ର ଏହାକୁ ଗୁରୁତର ସହ ନେଇ ଏମାନଙ୍କ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।