ବାରିପଦା(କ:ବ୍ଯୁ) ତା ୧୮-୦୪-୨୦୨୫ ରିଖ
ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ
ନୂତନ ରାସନ କାର୍ଡ ପାଇବା ପାଇଁ ଆବେଦନ କରିଥବା ଆବେଦନକାରିଙ୍କ ସୂଚନା ନିମନ୍ତେ ଜଣାଇ ଦିଆଯାଉଛି କି, କ୍ଷେତ୍ର ତର୍ଜମା ପରେ, ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ବର୍ତ୍ତମାନ ନୂତନ କାର୍ଡ ପ୍ରସ୍ତୁତ କରାଯାଉଛି। ନୂତନ କାର୍ଡ ପ୍ରସ୍ତୁତ ସମୟରେ, ପରିବାରର ସମସ୍ତ ସଦସ୍ୟଙ୍କ ଈ. କେ. ୱାଇ. ସି. ଯାଞ୍ଚ ନିହାତି ଭାବରେ ଜରୁରୀ ଅଟେ। ତେଣୁ କାର୍ଡ ପାଇଁ ଆବେଦନ କରିଥିବା ସମସ୍ତ ଆବେଦନକାରି ନିଜ ନିଜ ବ୍ଲକ ବା ପୌରାଞ୍ଚଳରେ କାର୍ଯ୍ୟକରୁଥିବା ଯୋଗାଣ ନିରୀକ୍ଷକଙ୍କ ସହିତ ଯୋଗାଯୋଗ କରି ଶୀଘ୍ର ଶୀଘ୍ର ନିଜ ନିଜର ଈ କେ ୱାଇ ସି ଯାଞ୍ଚ କରାଇନେବା ପାଇଁ ଆବେଦନକାରି ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଉଛି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି )