ସ୍ଵପ୍ନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ସବର୍ଣ୍ଣ ଜୟନ୍ତୀ ସମାରୋହ

ଚଣ୍ଡିଖୋଲ୧୮/୪(କବ୍ୟୁ) ଚଣ୍ଡିଖୋଲ ସନ୍ନିକଟ ବାଟିଯୋଡ଼ା ସ୍ଥିତ ସ୍ୱପ୍ନେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ର ସବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦ୍ଘାଟିତ ହୋଇଛି
ତିନି ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟ କ୍ରମକୁ ଫକୀର ମୋହନ ବିଶ୍ବ ବିଦ୍ୟାଳୟ ର ପ୍ରାକ୍ତନ କୁଳପତି ପ୍ରଫେସର କୁମର ବର ଦାସ ଉଦ୍ଘାଟନ କରିଥିଲେ। ସବର୍ଣ୍ଣ ଜୟନ୍ତୀ ସମାରୋହ ର ବରିଷ୍ଟ ଉପଦେଷ୍ଟା ଆଶାତରୁ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଓ ଉଦ୍ଘାଟନ ଭାବେ ପ୍ରଫେସର କୁମର ବର ଦାସ ଶିକ୍ଷା କେବଳ ଅର୍ଥ ରୋଜଗାର କରିବା ର ମାଧ୍ୟମ ନ ହୋଇ ଭଲ ମଣିଷ ତିଆରି କରିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ। ସମାଜର ଯେଉଁ ବ୍ୟକ୍ତି ମାନେ ବିଭିନ୍ନ ପ୍ରତିକୂଳ ଭିତରେ ନିଜର ବୁଦ୍ଧି ଓ ସାମର୍ଥ୍ୟ ଦ୍ଵାରା ଆଗକୁ ଯାଇଛନ୍ତି,ସାମାଜିକ ଜୀବନରେ ସୁଖ୍ୟାତି ଅର୍ଜନ କରିଛନ୍ତି । ଏକ ସମ୍ବେଦନଶିଳ , ବିଚାର ଶିଳ ଓ ଜ୍ଞାନଦିପ୍ତ ଜୀବନ ବଞ୍ଚିବା ହିଁ ଜୀବନର ଲକ୍ଷ ବୋଲି ଆଧୁନିକ ଜୀବନବୋଧରେ ନିଆଯାଉଛି। ସମାଜରୁ ସକଳ ବୈଷମ୍ୟ, ମାନବକୃତ ଭେଦଭାବ, ଶୋଷଣ ଓ ଅଜ୍ଞାତlକୁ ଦୁରକରିବା ଓ ଏକ ବୃହତ୍ତର ସମାଜ ପ୍ରତି ଉତ୍ତରଦାୟୀ ରହି ଜୀବନ ବଞ୍ଚିବା ଆଧୁନିକ ଜୀବନର ଆଭିମୁଖ୍ୟ ଭାବେ ଗ୍ରହଣ କରlଯାଇଛି। ସବୁ ସଫଳ ମଣିଷ ଜୀବନର ଲକ୍ଷ ଓ ଲକ୍ଷ ହାସଲ ପାଇଁ ବିନିଯୋଗ କରୁଥିବା ପନ୍ଥା ସମାନ ନୁହେଁ। ଆଗରେ ବସୁଥିବା ପିଲାଟି ଇତିହାସ ଲେଖୁଥିବା ବେଳେ ପଛରେ ବସୁଥିବା ପିଲାଟି ଇତିହାସ ସୃଷ୍ଟି କରେ। ସମାଜର ସଧାରଣ ଜୀବନ ପ୍ରବାହରେ ବ୍ୟକ୍ତି ମାନେ ନିଜର ଓ ନିଜ ପରିବାର ର ସୁଖ ଶାନ୍ତି ଓ ସମୃଦ୍ଧିକୁ ସାଧାରଣତଃ ପ୍ରାଧାନ୍ୟ ଦେଇଥାନ୍ତି, ପିଲା ମାନଙ୍କର ଶାନ୍ତି ଓ ଉନ୍ନତି ପାଇଁ ବାପା ମାଆ ଅନେକ ତ୍ୟାଗ ସ୍ବୀକାର କରନ୍ତି, ଜୀବନର କର୍ତ୍ତବ୍ୟ ବୋଧ ଓ ପାରସ୍ପରିକତା ପାରିବାରିକ ଜୀବନ ରୁ ଆରମ୍ଭ ହୋଇ ବୃହତ୍ତର ସମାଜ ପ୍ରତି ପ୍ରସାରିତ ହୋଇଥାଏ। ସମାଜରେ ଏବେ ଭଲ ମଣିଷର ଅଭାବ ରହିଛି ତେଣୁ ପିଲାମାନେ ତୁମେ ବଡ଼ ମଣିଷ ନ ହୋଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଧର୍ମଶାଳା ଶିକ୍ଷା ମଣ୍ଡଳ ଅଧିକାରୀ ଅଭୟ କୁମାର ବେହେରା ମହାପୁରୁଷ ମାନଙ୍କ ଜୀବନଦର୍ଶନ ଓ ପୌରାଣିକ, ଆଧ୍ୟାତ୍ମିକ ବ୍ୟକ୍ତି ଓ ଚତିତ୍ର ମାନଙ୍କୁ ନୀତି ଆଦର୍ଶ ଅନୁସରଣ କରିବା କୁ ପରାମର୍ଶ ଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଭାପତି ମନୋରଂଜନ ସେଠୀ ସମ୍ପାଦକ ଅଲେଖ ପ୍ରସାଦ ନାୟକ ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ପ୍ରଧାନ, ଉପଦେଷ୍ଟା ବିଶ୍ୱନାଥ ସାମଲ ଡ, ଭlଗ୍ୟଧର ସେଠୀ ପ୍ରମୁଖ ଉଦବୋଧନ ଦେଇଥିଲେ। ଆରମ୍ଭରେ ସୁବର୍ଣ୍ଣ ଜୟନ୍ତୀ ପତାକା, ସ୍ମାରକୀ, ଲୋଗୋ, ସମ୍ବତ୍ସରିକ ଫଳକ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ପରେ ଦିବଂଗତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ଆତ୍ମର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବିଦ୍ୟାଳୟର ପୁରାତନ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ, ବିଦ୍ୟାଳୟ ପ୍ରତିଷ୍ଠାତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପତିବେଷଣ କରା ଯାଇଥିଲା।

Leave a Reply

Your email address will not be published. Required fields are marked *