କଲେଜ ରୋଡ଼-ବିରୁଳିଗଡ଼ ଗଳାଶଙ୍ଖ ମରଣଜନ୍ତା । ବର୍ଷା ହେଲେ ଦୁର୍ଘଟଣା ର ଶିକାର

ଛତ୍ରପୁର : ୧୮.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ରମ୍ଭା କଲେଜ ଛକ ଓ ବିରୁଳିଗଡ଼ ସଂଯୋଗ ଗଳା ଶଙ୍ଖ ରାସ୍ତା ମରଣଜନ୍ତା ପାଲଟିଛି । ବିରାଟ ଗର୍ତ୍ତଗୁଡ଼ିକ ରହିବା ଫଳରେ ବର୍ଷା ହେବା ମାତ୍ରେ ପ୍ରଚୁର ପରିମାଣରେ ପାଣି ଜମି ରହୁଛି । ପାଣି ଜମିବା ଫଳରେ ଏହି ଗଳା ଶଙ୍ଖ ତଳେ କେତେ ଗଭୀର ଗର୍ତ୍ତ ରହିଛି ତାହା ଜାଣି ହେଉନାହିଁ । ଯାହାଫଳରେ ପ୍ରତିଦିନ ଦୁଇରୁ ତିନୋଟି ଦୃଘଟଣା ଘଟୁଛି । ଅନ୍ୟପଟେ ସେହି ରାସ୍ତାରେ ପ୍ରତ୍ୟେକ ଦିନ ବ୍ୟବସାୟୀ ମାନେ ରମ୍ଭା ଓ ପୁରସ୍ତମପୁର ପଯ୍ୟନ୍ତ ଯିବା ଆସିବା ପାଇଁ ନାହିଁ ନଥିବାର ହଇରାଣ ହଉଛନ୍ତି । ଯାହା ସାଧାରଣ ଲୋକ ଆସୋନ୍ତୋଷ ପ୍ରକାଶ କରିଛନ୍ତି । ବିଶେଷକରି ରମ୍ଭା କଲେଜକୁ ସେହି ରାସ୍ତା ଦେଇ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରୁ ଛାତ୍ରଛାତ୍ରୀମାନେ ଆସୁଥିବା ବେଳେ ଦୃଘଟଣାର ଶିକାର ହେଉଥିବା ଦେଖିବାକୁ ମିଳୁଛି ।କିନ୍ତୁ ଏହାର ମରାମତି ହେଉନାହିଁ । ପୂର୍ତ୍ତ ବିଭାଗ ଓ ଏନଏସି କାର୍ଯ୍ୟାଳୟର ଦୃଷ୍ଟି ଥାଇ ମଧ୍ୟ ଅଜଣା । ଏନଏସି ପ୍ରଶାସନ ଓ ପୁର୍ତ୍ତ ବିଭାଗ ଦୃଷ୍ଟି ଆକର୍ଷଣ କରି ଏହାର ମରମତି ପାଇଁ ରମ୍ଭାବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *