ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଜିଲ୍ଲାରୁ ଦ୍ଵିତୀୟ ପର୍ଯ୍ୟାୟରେ ଅଯୋଧ୍ୟା -ବାରଣାସି ଅଭିମୁଖେ ଆଧ୍ୟାତ୍ମିକ ଯାତ୍ରl ଆରମ୍ଭ କଲେ ୧୯୬ଜଣ ବରିଷ୍ଠ ନାଗରିକ ।

ବାରିପଦା(କ:ବ୍ଯୁ) ତା ୧୭-୦୪-୨୦୨୫ରିଖ : ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ରାଜ୍ୟର ବରିଷ୍ଠ ନାଗରିକ ବିଶେଷ କରି ଯେଉଁ ମାନେ ଆର୍ଥିକ ଦୃଷ୍ଟି ରୁ ଦୁର୍ବଳ ତଥା ଅନ୍ୟାନ୍ୟ ଅlନୁସଙ୍ଗିକ ସମସ୍ୟା ହେତୁ ତୀର୍ଥ ଯାତ୍ରା ରୁ ବଂଚିତ ହେଉଥିଲେ ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ଦର୍ଶନ କରିବା ପାଇଁ ସୁଯୋଗ ପାଉଛନ୍ତି ଏବଂ ରାଜ୍ୟ ସରକାରଙ୍କ ଉକ୍ତ ଯୋଜନା ବରିଷ୍ଠ ନାଗରିକଙ୍କ ପାଇଁ ବେଶ ସହାୟକ ହବା ସହିତ ସେମାନଙ୍କ ମନରେ ଆନନ୍ଦ, ଉତ୍ସାହ ଆଣିଦେଇପାରିଛି.
ଚଳିତ ବର୍ଷ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଦ୍ଵିତୀୟ ପର୍ଯ୍ୟାୟରେ ୧୯୬ଜଣ ବରିଷ୍ଠ ନାଗରିକ ଏହି ତୀର୍ଥ ଯାତ୍ରା ପାଇଁ ମନୋନୀତ ହୋଇ ଆଜି ଅପରାହ୍ନ ୪ଘଟିକା ସମୟରେ ବାରିପଦା ସ୍ଥିତ ଷ୍ଟାଡିଅମ ବାରିପଦା ଠାରୁ ଅଯୋଧ୍ୟା -ବାରଣାସି ଅଭିମୁଖେ ତୀର୍ଥ ଯାତ୍ରା ଆରମ୍ଭ କରିଛନ୍ତି .
ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରାଙ୍କ ତତ୍ୱାବଧାନ ରେ ଏକ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରା ନନ୍ଦ ମଲ୍ଲିକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ତଥା ତୀର୍ଥ ଯାତ୍ରୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଫୁଲମାଳ ପିନ୍ଧାଇ ସମ୍ମାନ ଭରା ଶୁଭେଚ୍ଛା ଜଣାଇଥିଲେ। ତତ ସହିତ ସେମାନଙ୍କ ଏହି ଆଧ୍ୟାତ୍ମିକ ତୀର୍ଥ ଯାତ୍ରାର ମଙ୍ଗଳ କାମନା କରି ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ.

ପ୍ରକାଶ ଥାଉକି ସମ୍ପୃକ୍ତ ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କୁ ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନ କନଫରେନ୍ସ ହଲ ନିକଟରେ ପହଞ୍ଚା ଯିବା ପରେ ସେମାନଙ୍କ ଯାତ୍ରା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ଔପଚାରିକ ବ୍ୟବସ୍ଥା କୁ ସମ୍ପନ୍ନ କରାଯିବା ପରେ ୦୫ ଗୋଟି ବସ ଯୋଗେ ଦାୟିତ୍ୱସମ୍ପନ୍ନ ୫ ଜଣ ନୋଡାଲ ଅଧିକାରୀ ଙ୍କ ତତ୍ତ୍ୱlବଧାନ ରେ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି. ଆଜି ବାଲେଶ୍ୱର ଠାରେ ରାତ୍ର ରହଣି ପରେ ଆସନ୍ତା କାଲି ତା.୧୮-୦୪-୨୦୨୫ରିଖ ସେମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ଅଯୋଧ୍ୟା -ବାରଣାସି ଅଭିମୁଖେ ଯାତ୍ରା କରିବେ. ଯାତ୍ରା ସମୟ ରେ ବରିଷ୍ଠ ନାଗରିକ ଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତ ହୋଇଥିବା ୫ ଜଣ ନୋଡାଲ ଅଧିକାରୀ ଯାତ୍ରା ସମୟ ରେ ନିୟମିତ ସମୟ ବ୍ୟବଧାନରେ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବା ସହିତ whatsap ଗ୍ରୁପ ଜରିଆରେ ଫୋଟ ଓ ତଥ୍ୟ ଅବଗତ କରାଇବେ.ଉକ୍ତ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଶେଷ ହେଲାପରେ ପୁଣି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାଲେଶ୍ୱର ରେଳ ଷ୍ଟେସନ କୁ ୨୩-୦୪-୨୦୨୫ ରିଖ ପ୍ରତ୍ୟାବର୍ତନ କରିବେ ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ବସ ଯୋଗେ ସେମାନଙ୍କୁ ପୁଣି ବାଲେଶ୍ୱର ରୁ ବାରିପଦା ଅଣାଯିବ ଏବଂ ବାରିପଦାରେ ପହଂଚିବା ପରେ ସମ୍ପୃକ୍ତ ବ୍ଲକ ପ୍ରଶାସନ ଙ୍କ ତରଫରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ନିଜ ନିଜ ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ଆନୁସାଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ.
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ପ୍ରସାଦ ସେଠି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ପଦାଧିକାରୀ ସମେତ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *