


ରାୟଗଡ-ରାଜ୍ୟରେ ଦିନକୁ ଦିନ ବିଜେପି ସରକାର ଅମଳରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବା ସହ ଆଇନ ଶୃଂଖଳାକୁ ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି। ଏନେଇ ଆଜି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ ତରଫରୁ ବିରୋଧ କରି ରାୟଗଡା ସହର କଂଗ୍ରେସ ଭବନରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସ୍ଥିତ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ବିଜେପି ସରକାର ମହିଳା ବିରୋଧି, ଆଦିବାସୀ,ଦଳିତ,ପଛୁଆବର୍ଗ ଓ ସଂଖ୍ୟାଲଘୁ ବିରୋଧୀ ସରକାର ବୋଲି ରାୟଗଡା ବିଧାୟକ ଆପଲାସ୍ବାମି କାଡ୍ରାକା କହିଛନ୍ତି । ଆଗାମି ଦିନରେ ରାଜ୍ୟରେ ମହିଳାଙ୍କ ପ୍ରତି ବୃଦ୍ଧି ପାଇଥିବା ଅତ୍ୟାଚାର ବିରୋଧରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଧାରଣା ଦେବା ସହ ବିପର୍ଯ୍ୟସ୍ତ ଆଇନ ଶୃଂଖଳା ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଶୋଭାଯାତ୍ରାରେ ଉପସ୍ଥିତ ଥିବା ପିସିସି ସାଧାରଣ ସଂପାଦକ ତଥା ପ୍ରଭାରୀ ପ୍ରଦୀପ ମହାପାତ୍ର କହିଛନ୍ତି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ଼ା ବିଧାୟକ କାଡ୍ରକା ଆପଲାସ୍ୱାମୀ,ପିସିସି ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଳା କଂଗ୍ରେସ କମିଟି ସଭାପତି ଶଙ୍କର ଜିଲାକାରା,କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ମଙ୍ଗରାଜ,କୋରାପୁଟ ଲୋକ ସଭା ସାଂସଦ ସପ୍ତଗିରି ଉଲାକାଙ୍କ ପିଏ ବାପି ପଟନାୟକ,ଆସଲାମ ଖାନ,ଭୂଷଣ ବିଡିକା, ଓକିଲ ସଂଘ ସଭାପତି ଦେବୀ ପଟନାୟକ, ଆଇନଜୀବୀ ମନୋଜ ରଥ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।