ଅଷ୍ଟମ ଶ୍ରା୍ଧ ବାର୍ଷିକ

ଚାହୁଁ ଚାହୁଁ ଆଠ ବରଷ ହୋଇଲା
ଶାନ୍ତି ରେ ଗଲ ଶୋଇ
ସର୍ବ ଅଶାନ୍ତୀ କୁ ମୋ ମୁଣ୍ଡରେ ଲଦି
ଅବିଶ୍ରାନ୍ତ ଗଲ ହୋଇ —-
ପରିବାର ଆଜି ପୂର୍ଣ୍ଣ ହୋଇଛି
ତମେ ନାହଁ ଆମ ପାଶେ
ଦିବସ ରଜନୀ ଆଲୋକ ଅନ୍ଧାରେ
ତମକୁ ଏ ମନ ଖୋଜେ —
ଚିର ବିଶ୍ରାମ ନେଇ ଅଛ ତୁମେ
ଭାଙ୍ଗୁ ନାହିଁ ତୁମ ନିଦ
ଥରୁ ଟିଏ ହେଲେ ଦେଖି ଯାଓ ଆସି
କେମିତି ବୋହୁଛି ବୋଝ —–
କର୍ତ୍ୟବ ଦାୱିତ୍ଵ ସବୁ ସରିଗଲା
ନେଇଯାଅ ତୁମ ପାଶେ
କେତେଦିନ ଆଉ ଘୁମୁରୀ କାନ୍ଦିବି
ଥକି ଗଲିଣି ମୁଁ ଶେସେ —-



ଠାକୁର ଙ୍କ ପାଖେ ଏତିକି ପ୍ରାର୍ଥନା
ଅଷ୍ଟମ ଶ୍ରାଦ୍ଧ ବାର୍ଷିକେ
ପରିବାର ବର୍ଗ ପ୍ରଣାମ କରୁଛୁ
ଆଶୀର୍ବାଦ ଦିଅ ଟିକେ
ଆଶୀର୍ବାଦ ଦିଅ ଟିକେ —-6
——————————–*
ନିରୁପମା ସ୍ୱାଇଁ
ଦାଧିପୂର ମୋହାକାଳପଡା
KENDRAPARA