
ଛତ୍ରପୁର : ୦୭.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଅଛି । ପରିଚାଳନା ସମିତିର ସଭାପତି ଶ୍ରୀ ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୁପେ ଡାକ୍ତର ପ୍ରକାଶ ଚନ୍ଦ୍ର ନନ୍ଦ ଯୋଗ ଦେଇ ସମ୍ପ୍ରତି ଶିଶୁମାନଙ୍କ ସ୍ବାସ୍ଥ୍ୟର ଯତ୍ନରେ ପ୍ରାକୃତିକ ଚିକିତ୍ସା ଓ ଦୈନନ୍ଦିନ ଖାଦ୍ୟଶୈଳୀର ପ୍ରଭାବ ଏବଂ ଜଙ୍କ ଫୁଡ୍ ଶାରୀରିକ ଓ ମାନସିକ ବିକାଶରେ କିପରି କୁପ୍ରଭାବ ପଡୁଛି, ସେହି ବିଷୟରେ ମାର୍ଗଦର୍ଶନ କରିଥିଲେ। ପରିଚାଳନା କମିଟିର ସଂପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାହୁ, ରୋଟାରିଆନ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ଯୋଗ ଦେଇଥିଲେ । ପ୍ରଧାନାଚାର୍ଯ୍ୟ ଶ୍ରୀ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସର ରେ ଡାକ୍ତର ଶ୍ରୀ ନନ୍ଦଙ୍କୁ ଉପଢ଼ୌକନ ଓ ଫୁଲତୋଡା ଦେଇ ସ୍ଵାଗତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ସମସ୍ତ ଆଚାର୍ଯ୍ଯ ଓ ଆଚାର୍ଯ୍ଯାମାନଙ୍କ ସହିତ ଶିଶୁମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।