ସୁନୀଲ ଙ୍କ ଜନ୍ମଦିନ ରେ ୧୨୧ ୟୁନିଟ ରକ୍ତ ସଂଗ୍ରହ ।

ଗଞ୍ଜାମ : ୦୭.୦୪.୨୫

(ମିଥୁନ ବାରିକ୍)

ଗଞ୍ଜାମ : ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗଞ୍ଜାମ ବ୍ଲକ ହୁମ୍ମା ସ୍ଥିତ କପିଳେଶ୍ବର କଲ୍ୟାଣି ମଣ୍ଡପ ଠାରେ ଯୁବ ସମାଜସେବୀ ସୁନୀଲ ସାହୁଙ୍କ ଜନ୍ମ ଦିବସ ଅବସରରେ ଗ୍ରୀଷ୍ମ ଋତୁରେ ରକ୍ତ ଅଭାବ ଦୂରୀକରଣ ପାଇଁ ଜନ କଲ୍ୟାଣ ଭଲଣ୍ଟାରୀ ଅର୍ଗାନେସନ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ,ସମ୍ମାନୀତ ଅତିଥି ରୂପେ ଗଞ୍ଜାମ ତହସିଲଦାର ସୁକାନ୍ତ କୁମାର ମିଶ୍ର,ବ୍ରହ୍ମପୁର ଏମକେସିଜି ଅଧିକାରୀ,ନାଏବ ସରପଞ୍ଚ ମିଥୁନ ପରିଡ଼ା,ଯୁବ ନେତା ପ୍ରଶାନ୍ତ ପଣ୍ଡା ,ଯୁବ ନେତା ଲିଙ୍ଗରାଜ ମହାପାତ୍ର, ପୂର୍ବତନ ସରପଞ୍ଚ ଟୁକୁନା ସାହୁ,ଯୁବ ନେତା ବାଦଲ କୁମାର ପ୍ରଧାନ , ପ୍ରକାଶ ପଲେଇ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ୧୨୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । ନାଏବ ସରପଞ୍ଚ ମିଥୁନ ପରିଡ଼ା ପରିଚାଳନାରେ ସହଯୋଗ କରିଥିବା ବେଳେ ଅଶ୍ୱିନୀ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *