ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିସ ଓ୍ବାର୍କରସ ଆସୋସିଏସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କଟକ ତା ୩୦-୦୩-୨୦୨୫ ରିଖ ଅଙ୍ଗନଓ୍ବାଡ଼ି କର୍ମୀମାନେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇବା ପରଠାରୁ ସି.ଡି.ଓ.ଙ୍କର ଅଙ୍ଗନୱାଡି କର୍ମୀମାନଙ୍କ ଉପରେ ଅତ୍ୟାଚାର ଓ ଦୁବ୍ୟବହାର ବଢ଼ି ଚାଲିଛି।କିଶୋରୀ ମେଳାରେ ଦୁଇଟି କିଶୋରୀ ଦେଖାଇ ପଚାଶ କିଶୋରୀଙ୍କର ଦସ୍ତଖତ ବାଧ୍ୟ କରି କର୍ମୀମାନଙ୍କ ଠାରୁ ନିଆଯାଇଛି। ପୋଷଣ ଓ ପଢ଼ାର ଟ୍ରେନିଂ କୌଣସି ସେକ୍ଟର କର୍ମୀ ଠିକ୍ ଭାବେ ପାଇ ନାହାନ୍ତି।ଭକ୍ତ ତାଲିମ ଶିବିରରେ ଅନ୍ୟ କାର୍ଯ୍ୟ କରାଯାଇଥିଲା।ଯାହା ଗୋଟିଏ ଗୁଳିରେ ଦୁଇଟି ଶିକାର ସଦୃଶ୍ୟ। ଜିଲ୍ଲାପାଳଙ୍କ ନାମ ନେଇ କର୍ମୀ ସହାୟିକାମାନଙ୍କ ଠାରୁ ରେଡ୍‌କ୍ରସ୍ ବାବଦକୁ ୧୫ ହଜାର ଟଙ୍କା ଜବରଦସ୍ତ ନେଇଛନ୍ତି। ଗତ ନବବର୍ଷରେ ଅଙ୍ଗନୱାଡି କର୍ମୀ ସହାୟିକାମାନଙ୍କ ଠାରୁ ୨୨ ହଜାର ଟଙ୍କାର ଶାଢ଼ୀ ବାଧ୍ୟତାମୂଳକ ଭାବେ ନିଜ ପାଇଁ ନେଇଛନ୍ତି। କୋ ଲୋକେଟେଡ ସେଣ୍ଟରର ଦଳକା ଟଙ୍କା ସୁଧ ସହ କର୍ମୀମାନଙ୍କ ଠାରୁ ସି.ଡି.ପି.ଓ.ଙ୍କ ଆକାଉଣ୍ଟକୁ ଫେରସ୍ତ କରାଯାଇଛି। ଏହା କେତେଦୂର ସତ୍ୟାସତ୍ୟ ଅଟେ ଏହାର ତଦନ୍ତ କରାଯାଉ। କିଶୋରୀ ମେଳା ପାଇଁ ଆସିଥିବା ଟଙ୍କାରୁ ୧୨୦୦ ଟଙ୍କା ପ୍ରତି ୱାର୍କରୁ ସି.ଡି.ପି.ଓ. ନେଇଛନ୍ତି ସମସ୍ତଙ୍କ ଠାରୁ।ଗତ ଦାନା ବାତ୍ୟା ସମୟରେ ବାତ୍ୟା ଆଶ୍ରୟସ୍ଥଳରେ କର୍ମୀମାନଙ୍କୁ ରାତ୍ରିରେ କାର୍ଯ୍ୟ କରିବାପାଇଁ ବାଧ୍ୟ କରାଯାଇଥିଲା । ତା’ ସତ୍ତ୍ବେ ବି ସେହି କର୍ମୀମାନଙ୍କର ମାସକର ଦରମା ବନ୍ଦ କରାଯାଇଛି। ଯେଉଁ ଅଙ୍ଗନୱାଡି କର୍ମୀମାନଙ୍କର ୬୦ ବର୍ଷ ହୋଇଗଲା।ସେମାନଙ୍କୁ ଆଉ ଦୁଇବର୍ଷ ଚାକିରୀରେ ରହିବାପାଇଁ ସରକାରଙ୍କ ନିୟମ ଥିଲାବେଳେ ଏଠି ତାହା ବ୍ୟତିକ୍ରମ କରାଯାଇଅଛି। ସି.ଡି.ପି.ଓ. ଅଙ୍ଗନଓ୍ବାଡ଼ି କେନ୍ଦ୍ର ଭିଜିଟ କରି ଖାତାପତ୍ର ନ ଦେଖ ଅଙ୍ଗନୱାଡି କର୍ମୀଙ୍କୁ ଦିନ ତିନିଟାବେଳେ ସବୁ ରେଜିଷ୍ଟର ନେଇ ଅଫିସକୁ ଆସିବାପାଇଁ ବାଧ୍ୟ କରୁଛନ୍ତି।କର୍ମୀମାନଙ୍କୁ ବାଧ୍ୟ କରୁଛନ୍ତି ଫଲ୍‌ସ ବିଲ୍ ଆଣି ଅଫିସ କାର୍ଯ୍ୟରେ ଲଗାଇଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କର ବାହୁ ଛାୟା ତଳେ ସି.ଡି.ପି.ଓ. ରହି କେନ୍ଦ୍ର ପରିଦର୍ଶନ କରି ଅଙ୍ଗନବାଡ଼ି କର୍ମୀମାନଙ୍କୁ ଦୁର୍ବାଚହାର କରୁଛନ୍ତି । ପ୍ରକାଶ ଥାଉକି, କଟକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ କଟକ ସହରାଞ୍ଚଳ ୧୦ ତାଙ୍କ ରୁଦ୍ଧରେ ପୂର୍ବର ଅଭିଯୋଗ ଅନୁଯାଇ ଜିଲ୍ଲା ପ୍ରଶାସନ କଳ ତାଙ୍କୁ ବଦଳି କରିବାପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଚିଠି ହୋଇଥିଲାବେଳେ ତାଙ୍କୁ କିଏ ସେ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ଏହା ସାଧାରଣରେ ଲୋକଲୋଚନକୁ ଆସିଅଛି।କଟକ ଜିଲ୍ଲାପାଳ ଏ ଦିଗରେ ଉଚିତ ପଦକ୍ଷେପ ନେବା ଦରକାର।ଅଙ୍ଗନଓ୍ବାଡ଼ି କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଗତ ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖତ ଅଭିଯୋଗ ଜଣାଇଥିଲେ । ଜିଲ୍ଲାପାଳ ପ୍ରତି ନିଧିମାନଙ୍କୁ କହିଥିଲେ ଉପ-ଜିଲ୍ଲାପାଳ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ଉକ୍ତ ଘଟଣାକୁ କେନ୍ଦ୍ର କରି କଟକ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସି.ଡି.ପି.ଓ. ଭକ୍ତ ଦିନ ଠାରୁ ଅଙ୍ଗନୱାଡ଼ି କର୍ମୀମାନଙ୍କ ଉପରେ ଆକ୍ରୋଶମୂଳକ ରାଗ ରଖି ଅଙ୍ଗନୱାଡି କର୍ମୀମାନଙ୍କୁ ହଇରାଣ କରୁଛନ୍ତି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡ଼ିଜ ୱାର୍କରସ୍ ଆସୋସିଏସନ, କଟକ ସହରାଞ୍ଚଳ ଶାଖା-୧ ପକ୍ଷରୁ କଟକ ବକ୍ସିବଜାର ସ୍ଥିତ ପାନ୍ଥନିବାସଠାରେ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୂର ସଂଘର ରାଜ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, ଅଲ ଓଡ଼ିଆ ଅଙ୍ଗନୱାଡ଼ି ଲେଡିସ ୱାର୍କରସ୍ ଆସୋସିଏସନ୍, କଟକ ସହର ୧ ଶାଖା ସଭାପତି ନମିତା ସ୍ଵାଇଁ, ସମ୍ପାଦିକା ସୁଷମା ପତ୍ରୀ, ମଞ୍ଜୁ ପାଇଁ, ଆରତୀ ନନ୍ଦି, ମମତା ପାଲ, ପ୍ରଣତି ମହାପାତ୍ର, ସଙ୍ଗୀତା ସାହୁ, ବିନୀ ସ୍ବାଇଁ, ସୌଦାମିନୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *