ମାଲ୍ୟାଗିରି ମହୋତ୍ସବ ଉଦଘାଟିତ I ଆଞ୍ଚଳିକ ଲୋକ କଳା ଏବଂ କଳାକାର ଙ୍କୁ ନୂତନ ପରିଚୟ ଦେଇଥାଏ ମହାତ୍ସବ I ପ୍ରଥମ ରାତି ରେ ମନ ମୋହିଲା ଘୁଡକା ନାଚ ସାଙ୍ଗକୁ ଆଧୁନିକ ସଂଗୀତ I

ପାଳଲହଡା :30/3 : ରବିବାର ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ରେ ମାଲ୍ୟଗିରି ମହୋତ୍ସବ ଉଦଘାଟିତ ହୋଇଯାଇଛି I ଶନିବାର ନିର୍ବାଚନ ମଣ୍ଡଳୀ ର ସାତୋଟି ଶୈବ ପୀଠ ରୁ ଆସିଥିବା ମଶାଲ କୁ ସ୍ଥାନୀୟ ବଳଦେବଜୀଉ ମନ୍ଦିର ରୁ ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରି ସ୍ଥାନୀୟ ପାଳଲହଡା ଷ୍ଟାଡିୟମ ରେ ପହଞ୍ଚି ଥିଲା ଏବଂ ଅନୁଷ୍ଠାନିକ ଭାବେ ମାଲ୍ୟାଗିରି ମହୋତ୍ସବ ର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ମାଲ୍ୟଗିରି ମହୋତ୍ସବ ର ପ୍ରଥମ ସନ୍ଧ୍ୟା ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପIତ୍ର ଯୋଗ ଦେଇଥିବା ବେଳେ ମହୋତ୍ସବ ମାଧ୍ୟମ ରେ ସ୍ଥାନୀୟ ଲୋକ କଳା ଏବଂ ସଂସ୍କୃତି କୁ ବଞ୍ଚାଇ ରଖିବାର ପ୍ରୟାସ ଏହିପରି ଭାବେ ବଜାୟ ରହୁ ବୋଲି ନିଜ ଭାଷଣ ରେ କହିଥିଲେ I ସ୍ୱତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ଏମ ପି ରୁଦ୍ରନାରାୟଣ ପାଣି, ରାଜ୍ୟ ସରକାର ଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ ସେହିଭଳି ସାନମାନିତ ଅତିଥି ଭାବେ ପାଲଲହଡ଼ା ତହସିଲଦାର ଆକାଂକ୍ଷା ମହାପାତ୍ର,ବିଡିଓ ନିଶାନ ମିଶ୍ର, ଡେପୁଟି କଲେକ୍ଟର ଶୁଭଶ୍ରୀ ଟୁଡୁ ଏବଂ ସାଂସଦ ପ୍ରତିନିଧି ତନ୍ମୟ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।ବନ୍ଦେ ଉତ୍କଳ ଜନନୀ ଗାନ କରି ଆନୁଷ୍ଠାନିକ ଭାବେ ପାଲଲହଡ଼ା ମହୋତ୍ସବ କୁ ଉଦଘାଟନ କରାଯାଇଥିଲା।ପାଲଲହଡା ବିଧାୟକ ତଥା ମହୋତ୍ସବ କମିଟି ର ଅଧକ୍ଷ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ତଥା ମହୋତ୍ସବ କମିଟି ର ଆବାହକ ରବୀନ୍ଦ୍ର କୁମାର ପଟେଲ ମଞ୍ଚ ପରିଚାଳନା କରିଥିଲେ I ପ୍ରଥମ ସନ୍ଧ୍ୟା ରେ ମାଲ୍ୟାଗିରି ମୁକ୍ତାକାଶ ରଙ୍ଗମଞ୍ଚ ରେ ସୁଦୂର ଦିଗପହଣ୍ଡି ରୁ ଆସିଥିବା ବିଚିତ୍ର ବର୍ଣାଳୀ ନୃତ୍ୟ ସଂସ୍ଥା ର କଳାକାର ଙ୍କ ଦ୍ୱାରା ପାରିବେଷିତ ନୃତ୍ୟ ଦର୍ଶକ ଙ୍କ ବାନ୍ଧି ରଖିଥିବାବେଳେ ବଲାଙ୍ଗୀର ର ଘୁଡକା ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କ ଦ୍ୱାରା ଆଦୃତ ହୋଇଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ କଳାକାର ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଆଞ୍ଚଳିକ କଳାକାର ମାନଙ୍କ ଆଦିବାସୀ ନୃତ୍ୟ ପରିବେଷଣ କୁ ଦର୍ଶକ ମନଭରି ଉପଭୋଗ କରିଥିଲେ I ଅନ୍ୟପଟେ ରାତି ଯେତିକି ବଢୁଥାଏ ରେ ବୋଲିଉଡ଼ ଗାୟକ ତିଳକ ଚକ୍ରବର୍ତ୍ତୀ ଙ୍କ ସଂଗୀତ ପରିବେଷଣ ଦର୍ଶକ ଙ୍କ ମନ ମୋହିଥିଲା I

Leave a Reply

Your email address will not be published. Required fields are marked *