
ଛତ୍ରପୁର : ୨୭.୦୩.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ସ୍ଥିତ ପି.ଏମ୍ ଶ୍ରୀ ଅଂସ୍ଲୋ ଉଚ୍ଚ ବିଦ୍ୟାଳୟ ରେ ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ଙ୍କ ନିର୍ଦ୍ଦେଶ ଓ ଅଧିକ୍ଷତା କ୍ରମେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ମୁଖ୍ୟ ଶିକ୍ଷୟତ୍ରୀ ଶ୍ରୀମତୀ ସୁଚିତ୍ରା ପାଣିଗ୍ରାହି ଙ୍କ ପରିଚାଳନା କ୍ରମେ ଶିବିର ସୁଚାରୁ ରୂପେ ସମ୍ପନ୍ନ ହେଲା। ଡ଼ା ରଥ ସମେତ ଡ଼ା ପୂର୍ଣ୍ଣ ଚନ୍ଦ୍ର ରାଓ, ଡ଼ା ସ୍ମୃତି ସାଗର ନାୟକ, ଡ଼ା ମଧୁସ୍ମିତା ବେହେରା ଙ୍କ ଯାଞ୍ଚ ଓ ସ୍ବାସ୍ଥ୍ୟ କର୍ମଚାରୀ ବସୁନ୍ଧରା ପ୍ରଧାନ, ଦିଲେଶ୍ୱରି ଦେବୀ ଓ ଦିଲୀପ ନାୟକ ଙ୍କ ସହଯୋଗ ଦ୍ଵାରା ୬୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ପରିସ୍ଥିତି ନିର୍ଦ୍ଧାରଣ କରାଗଲା ଓ କିଛି ଜଣ ଙ୍କୁ ରେଫର୍ ମଧ୍ୟ କରାଗଲା। ପରିଶେଷରେ ଡ଼ା ରଥ ସମଗ୍ର ଛାତ୍ର ଛାତ୍ରୀ ଙ୍କ ଆବଶ୍ୟକ ସ୍ଥଳେ କିପରି ପ୍ରାଥମିକ ଚିକିତ୍ସା କରାଯିବ ତାହା ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଡ଼ା ଅଜିତ ନାୟକ, ବରୁଣ କୁମାର ପାଣଗ୍ରାହୀ ସମେତ ଶିକ୍ଷକ ବୃନ୍ଦ ଯଥା ଦେବସ୍ମିତା ମହାନ୍ତି, ସନ୍ତୋଷ କୁମାର ବେହେରା ଓ ଅରୁଣ କୁମାର ମାନସିଂହ, ସହଯୋଗ କରିଥିଲେ।