ବିଶ୍ବ ଯକ୍ଷ୍ମା ଦିବସ ପାଳନ

ଛତ୍ରପୁର : ୨୭.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ଆଜି ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡ଼ା ସ୍ଵାଧୀନ ରଥ ଙ୍କ ଅଧ୍ୟକ୍ଷତା କ୍ରମେ ବିଶ୍ୱ ଯକ୍ଷ୍ମା ଦିବସ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ଡ଼ା ରଥ ଯକ୍ଷ୍ମା ର ଭାରତ ବର୍ଷ ରେ ଭୟାବହତା, ଜୀବନ ନାଶ, ଜୀବିକା ଉପରେ କୁପ୍ରଭାବ, ସାମାଜିବ, ମାନସିକ ଓ ଶାରିରୀକ ଦୁର୍ବଳତା ଉପରେ ଆଲୋକପାତ କରିଥିଲେ। ତତ୍ତ୍ସହିତ ବର୍ତ୍ତମାନ ସରକାର ଙ୍କ ୨୦୨୫ ସୁଦ୍ଧା “ଟିବି ହାରିବ ଦେଶ ଜିତିବ” ର ସ୍ଲୋଗାନ ସହ ବିସ୍ତୃତ କାର୍ଯ୍ୟ ଯାହା ଛତ୍ରପୁର ବ୍ଳକ ରେ ସମ୍ପନ୍ନ ହୋଇ ପ୍ରଶଂସା ର ପାତ୍ର ହୋଇଛି ତାହା ସଂକ୍ଷେପ ରେ ବୁଝାଇଥିଲେ। ପରିଶେଷରେ ଡ଼ା ସ୍ଵାଧୀନ ଚଳିତ ବର୍ଷ ର ଥିମ୍ ଯାହା କି “ହଁ ଆମ୍ଭେ ଯକ୍ଷ୍ମା କୁ ସଂକଳ୍ପ, ନିବେଶ ଓ ସେବା ବଣ୍ଟନ ଦ୍ଵାରା ମୂଳପୋଛ କରିପାରିବା” ଯାହା ଏକ ବିଶେଷ ତତ୍କାଳୀନ ଆଶା ଓ ସାମାଜିକ ବାର୍ତ୍ତା ର ଆହ୍ବାନ ହୋଇପାରିବ ବୋଲି ବୁଝେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଡ଼ା ଅଜିତ ନାୟକ, ଡା ପୂର୍ଣ୍ଣ ରାଓ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଦେବେନ୍ଦ୍ର ନାୟକ, କ୍ରିଷ୍ଣା ଚନ୍ଦ୍ର ଜେନା, ଶ୍ରୀକାନ୍ତ ଚୌଧିରି, ମହେନ୍ଦ୍ର ବେହେରା, ସଞ୍ଜୟ ସ୍ୱାଇଁ, ଓ ରଞ୍ଜନ ରାଉଳ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *