
ରମ୍ଭା : ୨୬.୦୩.୨୫
(ମିଥୁନ ବାରିକ୍)
ରମ୍ଭା : ଦକ୍ଷିଣ ଓଡିଶାର ପାରମ୍ପରିକ ଦଣ୍ଡ ଯାତ୍ରା ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଛି l ଚଳିତ ମାସ ଚତୁର୍ଥ ସପ୍ତାହ ପରଠାରୁ ମଫସଲ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପିଲା ଦଣ୍ଡ ଓ ବଡ଼ ଦଣ୍ଡ ଦୃଶ୍ୟମାନ ହେବାରେ ଲାଗିଛି l କିନ୍ତୁ ଗଞ୍ଜାମବାସୀ ଓ ଭକ୍ତ ବେଶ ନିଷ୍ଠାର ସହକାରେ ପାଳିଥାନ୍ତି l ଦୁଃଖର ବିଷୟ ଦଣ୍ଡ ନାଚ ପୂର୍ବରୁ ସହରର ସ୍ବର୍ଶକାତର ଓ ଦଣ୍ଡୁଆ ଭକ୍ତଙ୍କ ଉପଯୋଗୀ ପୋଖରୀ ଶୁଖିଲା ପଡ଼ିରହିଛି l ଫଳରେ ଦଣ୍ଡୁଆ ଭକ୍ତଙ୍କ ପାଇଁ ଏହା ପ୍ରତିବନ୍ଧକ ନୁହେଁ l କିଛି ରାଜନୈତିକ ଉଦ୍ଦେଶ୍ୟ ମୂଳକଭାବେ ଚର୍ଚ୍ଚା ଚାଲିଛି l ଦଣ୍ଡନlଟରେ ଧୂଳି ଦଣ୍ଡ,ପାଣି ଦଣ୍ଡ ସହିତ ଦଣ୍ଡନୃତ୍ୟ ପାଇଁ ପାଣିର ଯଥେଷ୍ଟ ଆବଶ୍ୟକ ପଡୁଛି l ସୂଚନା ପ୍ରକାରେ ଲୋକ ନାଟକ ସର୍ବକୃଷ୍ଟ ଭାବରେ ଶିବଶକ୍ତି ଉପାସନାର ପ୍ରତୀକ ଗଞ୍ଜାମର ପାରମ୍ପରିକ ଦଣ୍ଡନାଟ l ଦଣ୍ଡଯାତ୍ରା ନିକଟତର ହୋଇଗଲେ ଉପସକ, ମାନସିକଧାରୀ, ଭୁକ୍ତା, ପାଟଭୁକ୍ତାଙ୍କ ସହିତ ସହଯୋଗୀ ହୋଇଯାଆନ୍ତି ଏକାକାର l ଅଧିକାଂଶ ପାରିବାର ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ମା ଦଣ୍ଡକାଳୀଙ୍କ ଆରାଧନାରେ ଲିପ୍ତ ରହି ଆମିଷ ପରିତ୍ୟାଗ କରିଥାନ୍ତି l ଉପରୋକ୍ତ ଯାତ୍ରା ଇତିହାସ କହେ ଅତି ପ୍ରାଚୀନ l ମାନସିକଧାରୀ ମା କାଳୀଙ୍କୁ ଆରାଧନା କରି ସମଗ୍ର ଜଗତର କଲ୍ୟାଣ କାମନା କରିଥାନ୍ତି l ଏଥି ସହିତ ପୋଖରୀ ନିକଟରେ ଦଣ୍ଡୁଆମାନେ ସ୍ନାନ ସାରି ପଣା, ଲିଆ, ଖଇ, ଫଳମୂଳ ପୂଜା ସହିତ ସେବନ କରନ୍ତି l ପର ମୁହୂର୍ତ୍ତରେ ଗଛ ଛାଇରେ କିଛି ସମୟ ବିଶ୍ରାମ ନେବାର ବିଦ୍ଧି ରହିଛି l ହେଲେ ବିଡମ୍ବନାର ବିଷୟ ପ୍ରଶାସନିକ, ରାଜନୈତିକ ଇଚ୍ଛାଶକ୍ତି, କିମ୍ବା ବିବାଦୀୟ ସମସ୍ୟାରୁ ସହରର ପୋଖରୀ ଶୁଖିଲା ରହିଥିବା ସାଧାରଣରେ ଚର୍ଚ୍ଚା ଚାଲିଛି l ସହରର କିଛି ବ୍ୟବହାର ଯୋଗ୍ୟ ପୋଖରୀ ଯଦି ଦଣ୍ଡଯାତ୍ରାରେ ସମସ୍ୟା ଉପୁଜିବ ତାହାହେଲେ ଦଣ୍ଡୁଆ ମାନେ ନିକଟ ଛାଡି ବହୁ ଦୁର ପୋଖରୀକୁ ଯିବାକୁ ପଡିବ l ଏ ନେଇ ଆଧ୍ୟାତ୍ମିକ ପ୍ରେମୀ, ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ପ୍ରତି ବର୍ଷ ଦଣ୍ଡ ଯାତ୍ରା ହେଉଥିବା ବେଳେ ଆଗୁଆ ପଦକ୍ଷେପ ନେବାରେ ପ୍ରଶାସନ ବିଫଳତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି l ଖରାଦିନେ ପୋଖରୀ କାମ ନାମରେ ପାଣି କଢ଼ାଯାଉଛି l ଏଥି ଯୋଗୁଁ ଜଳସ୍ତର କମିବା ସହିତ ଆଗାମୀ ଦିନରେ ଭୁ ତଳ ଜଳ ସଙ୍କଟ ବଢିବ ବୋଲି ପ୍ରକୃତିବିତ ଗବେଷକ ମାନଙ୍କ ପକ୍ଷରୁ କୁଆଡେ ଅନୁମାନ କରାଯାଉଛି l ଏହା ଉପରେ ପ୍ରଶାସନର ଦୃଷ୍ଟି ଗୋଚର କରାଯାଇଥିବା ବେଳେ ଅତି କ୍ଷୋଭର ସହିତ ପ୍ରକାଶ କରିଥିଲେ l