ହେମଲୋକ୍ ସୋରୁମ ଉଦ୍‌ଘାଟିତ

କଟକ, ତା୨୩୦୩ : ବକ୍ସିବଜାରରେ ଆଜି (ରବିବାର) ଉଦଘାଟିତ ହୋଇଯାଇଛି ହେମଲୋକ୍ ସୋରୁମ୍ । ଶୀତତାପ ନିୟନ୍ତ୍ରିତ କୋଠରୀ ବିଶିଷ୍ଟ ଏକ ହଜାର ବର୍ଗଫୁଟ ପରିମିତ ଜାଗାରେ ଏହି ସୋରୁମରେ ଉଭୟେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସମସ୍ତ ପ୍ରକାରର ପୋଷାକ ମହଜୁଦ ରହିଛି । ଖରାଦିନକୁ ଆଖ୍ ଆଗରେ ରଖି ଯୁବବର୍ଗଙ୍କ ପାଇଁ କଟନ ଟି-ସାର୍ଟ, ଜିନ୍ସ, କାଜୁଆଲ୍ସ, କର୍ଗୋ, କର୍ଟନ ଫେବ୍ରିକ୍ସ ଆଦି ଉପଲବ୍ଧ । ଏହି ଉଦଘାଟନୀ ଅବସରରେ ଶହେ ଜଣଙ୍କୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଯେକୌଣସି ପୋଷାକ ଶୋରୁମ୍ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଇଛି । ହେମଲୋକ୍ ସୋରୁମର ବ୍ରାଣ୍ଡ ଓନର କମଲ ଅଗ୍ରୱାଲ ଓ ସଞ୍ଜୟ ଅଗ୍ରଓ୍ବାଲ କଟକ ସହର ବାସୀଙ୍କୁ ଏହା ବେଶ ପସନ୍ଦ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏଥସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସମସ୍ତ ସାମଗ୍ରୀ ଉପରେ ଶତକଡା ପଚାଶ ଭାଗ ରିହାତି ଯୋଗାଇ ଦିଆଯାଉଛି ବୋଲି ଶୋରୁମ ଓନର ପବନ କୁମାର ସୁନ୍ଦରକା ଏବଂ ସଜ୍ଜନ କୁମାର ଆଗ୍ରୱାଲ କହିଛନ୍ତି ।

Leave a Reply

Your email address will not be published. Required fields are marked *