
ଚଣ୍ଡିଖୋଲ ୨୩/୩(କ ବ୍ୟୁ) ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ୍ ସ୍କୁଲ ର ୨୦୨୪/୨୫ ଶିକ୍ଷା ବର୍ଷର ପରୀକ୍ଷା ଫଳ ପ୍ରକାଶ ପାଇଛି। ଅତିଥି, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ଫଳ ପ୍ରକାଶ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମହାପାତ୍ର ଙ୍କ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିତିକାନ୍ତ କାନୁନଗୋ ଯୋଗଦେଇ ପରୀକ୍ଷା ଏକ ଜୀବନ ର ଅଂଶ ଅଟେ। କିନ୍ତୁ ଜୀବନ ଅନେକ ପରୀକ୍ଷାର ସମାହାର। ସଫଳତା କେବଳ ଏକ ସଫଳତା ନୁହେଁ, ଏହା ଛାତ୍ରଛାତ୍ରୀ ଙ୍କର ଶ୍ରମ, ଅଧ୍ୟବସାୟ, କର୍ତବ୍ୟନିଷ୍ଟା,ସମୟାନୁବତ୍ତିତା ଓ ସଂଘର୍ଷର ପରିଣାମ। ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ତହସିଲ ଦାର ଦର୍ପଣ ବିରଜା ପ୍ରସାଦ ରାୟ ବିଦ୍ୟାର୍ଥୀ ମାନେ ଚାପ ମୁକ୍ତ ହେବା ଦରକାର। ଯାହାଦ୍ଵାରା ଶିକ୍ଷାର୍ଥୀ ମାନସିକ ଭାରା କ୍ରାନ୍ତ ନ ହୋଇ ଶିକ୍ଷ୍ୟା ଗ୍ରହଣ କରି ପାରିବ।ଏଥିସହିତ ବିଦ୍ୟାର୍ଥୀ ଶୃଙ୍ଖଳା, ସଂସ୍କାର ଓ ମହାପୁରୁଷ , ଗୁଣୀ ଜ୍ଞାନୀ ମାନଙ୍କ ଜୀବନାଦର୍ଶନ ଅନୁସରଣ କରିବା ଉଚିତ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ସମାଜ ସେବୀ ମୋହନ ମହାରଣା ଯୋଗଦେଇ ମାନବ ସେବା ହିଁ ମାଧବ ସେବା। ଛାତ୍ର ଛାତ୍ରୀ ମାନେ ନିଃସ୍ଵାର୍ଥପର ସେବାରେ କାର୍ଯ୍ୟ କରି ଉତ୍ତମ ନାଗରିକ ହୋଇପାରିବେ।ବିଦ୍ୟାଳୟର ନିର୍ଦେଶକ ପ୍ରଫେସର ଡକ୍ତର ବିଶ୍ୱଜିତ ମହାପାତ୍ର ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ଥିବା ୧ମ ରୁ ୮ମ ପର୍ଯ୍ୟନ୍ତ ୧୫୦ଜଣ ଛାତ୍ର ଛାତ୍ରୀ ଙ୍କୁ ମହାବିନାୟକ ୱେଲ୍ ଫେୟାର ଟ୍ରଷ୍ଟ ଦ୍ଵାରା ପ୍ରଦତ୍ତ ଡିୟୁ ମେଧାବୃତ୍ତି ପ୍ରଦାନ କରଯାଇଥିଲା। ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ପଣ୍ଡା ଓ ବରିଷ୍ଟ ଶିକ୍ଷୟିତ୍ରୀ ମୈତ୍ରୀ ହୋତା ସଭା ପରିଚାଳନା କରିଥିଲେ। ଶେଷରେ ବିଦ୍ୟାଳୟର ଉପାଧକ୍ଷା ଡକ୍ଟର ରାଜଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।