
ଚଣ୍ଡିଖୋଲ ୨୩/୩(କ ବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୁଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ କ୍ୟାମ୍ପସ ନିଯୁକ୍ତି ସୁଯୋଗ କାର୍ଯ୍ୟକ୍ରମରେ ୨୯ଜଣ ଛାତ୍ର ଛାତ୍ରୀ ସଫଳତା ହାସଲ ପୂର୍ବକ ଭୁବନେଶ୍ଵର ରସୁଲଗଡ ସ୍ଥିତ କ୍ୱେସ୍ କର୍ପୋରେସନ କମ୍ପାନୀରେ ନିଯୁକ୍ତି ପାଇବା ମହାବିଦ୍ୟାଳୟ ପାଇଁ ଅତ୍ୟନ୍ତ ଗୌରବାଵହ ବିଷୟ। ଗତ ୧୮ତାରିଖରେ ଆୟୋଜିତ ହେଇଥିବା କ୍ୟାମ୍ପସ ନିଯୁକ୍ତି କାର୍ଯ୍ୟକ୍ରମରେ ୩ଟି କମ୍ପାନୀର ନିଯୁକ୍ତି ଅଧିକାରୀ ମାନେ ପ୍ରତ୍ୟେକ୍ଷ ଭାବେ ମୌଖିକ ସାକ୍ଷାତକାର ପରୀକ୍ଷା ମାଧ୍ୟମରେ ପିଲା ମାନଙ୍କ ଦକ୍ଷତା ଓ ଯୋଗ୍ୟତା ନିରୂପଣ କରିଥିଲେ। ଏଥିରେ ୧୫୧ଜଣ ଛାତ୍ର ଛାତ୍ରୀ ନାମ ପଞ୍ଜିକୃତ କରିଥିବା ସ୍ଥଳେ ୬୮ଜଣ ସାକ୍ଷାତ୍ରକାର ପରୀକ୍ଷାରେ ଭାଗନେଇ ନିଜର ଦକ୍ଷତା ପ୍ରତିପାଦନ କରି ତନ୍ମଧ୍ୟରୁ ୨୯ଜଣ ଛାତ୍ର ଛାତ୍ରୀ ସଫଳତା ପାଇ ନିଯୁକ୍ତି ପାଇଛନ୍ତି। ୧୯ହଜାର ଟଙ୍କା ଦରମା ପ୍ରାଥମିକ ସ୍ତରରେ ପାଇ ପରବର୍ତ୍ତୀ ସମୟରେ ନିଜର ଦକ୍ଷତା ଅନୁଯାୟୀ ଅଧିକରୁ ଅଧିକ ଦରମା, ମହଙ୍ଗା ଭତ୍ତା, ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଲାଭ କରିବାର ସର୍ତ୍ତରେ କମ୍ପାନୀ ସେମାନଙ୍କୁ ନିଯୁକ୍ତିର ସୁଯୋଗ ଦେଇ ଧନ୍ୟବାଦର ପାତ୍ର ହୋଇ ପାରିଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯାହାଙ୍କ ଅଦମ୍ୟ ନିଷ୍ଟା ଓ ଦୂରଦୃଷ୍ଟି ଯୋଗୁ ଏହି କାର୍ଯ୍ୟକ୍ରମ ସମ୍ଭବ ହେବା ସହିତ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତ ଜୀବନରେ ଉପାର୍ଜନ କ୍ଷମ ହୋଇ ପାରିଛନ୍ତି। ଆଗକୁ ଏହି ପ୍ରକ୍ରିୟା ଜାରି ରହିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ସିଧାସଳଖ ମହାବିଦ୍ୟାଳୟ ପରିସରରୁ ନିଯୁକ୍ତି ଲାଭ କରିବାର ସୁବିଧା ସୁଯୋଗ ମିଳିବା ଭଳି ଅସମ୍ଭବ କାର୍ଯ୍ୟ କେବଳ ଅଧ୍ୟକ୍ଷ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସଫଳ ହେବା ଯୋଗୁ ଛାତ୍ର ଛାତ୍ରୀ, ଅଭିଭାବକ ମାନେ ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇବା ସହିତ କମ୍ପାନୀର ନିଯୁକ୍ତି ଅଧିକାରୀ ସଂଗ୍ରାମ ପଣ୍ଡା ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି