ଛତ୍ରପୁର ଓକିଲ ସଂଘ ନିର୍ବାଚନ ସଭାପତି, ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା

ଛତ୍ରପୁର : ୧୩.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଲାଗି ଚୂଡାନ୍ତ ପ୍ରାର୍ଥି ତାଲିକା ଗୁରୁବାର ପ୍ରକାଶ ପାଇଛି । ଉଭୟ ସଭାପତି ଓ ସମ୍ପାଦକ ପଦବୀ ଲାଗି ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ ଉପସଭାପତି ପଦବୀ ପାଇଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ । ଏଥିଲାଗି ୨୯ ତାରିଖରେ ଭୋଟ ଗ୍ରହଣ ଏବଂ ପରେ ଗଣତି ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ୫ ପଦବୀ ପାଇଁ ଗୋଟିଏ ଲେଖାଏ ପ୍ରାର୍ଥୀ ଥିବାରୁ ଉକ୍ତ ସମସ୍ତ ପଦବୀ ଅପ୍ରତିଦ୍ୱନ୍ଦୀ ରହିଛି ଏବଂ ଏଥିଲାଗି ଭୋଟ ଗ୍ରହଣ ହେବନି । ମିଳିଥିବା ସୂଚନା ଅନୁସାରେ ସଭାପତି ପାଇଁ ପ୍ରଦୀପ କୁମାର ପାଢୀ ଓ ସଂଜୟ କୁମାର ବେହେରା, ଉପସଭାପତି ପାଇଁ ଭୌରବୀ କୁମାର ପଟ୍ଟନାୟକ, ଚୈତନ୍ୟ ପ୍ରଧାନ ଓ ସମୀର କୁମାର ପାଣିଗ୍ରାହୀ ଏବଂ ସମ୍ପାଦକ ପାଇଁ ଏସ.ଶ୍ୟାମ କୁମାର ରାଓ ଓ ସୁରେଶ କୁମାର ପଟ୍ଟନାୟକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ହେଉଛି । ସଂଘର ଯୁଗ୍ମ ସମ୍ପାଦକ ଭାବେ ଅନାମ ଚନ୍ଦ୍ର ପ୍ରଧାନ, ସହକାରୀ ସମ୍ପାଦକ ଭାବେ ଜି.କେଶବ ଶେଖର ରେଡ୍ଡୀ, କୋଷାଧ୍ୟକ୍ଷ ଭାବେ ପ୍ରଦୀପ କୁମାର ପଲାଇ, ଲାଇବ୍ରେରୀ ସମ୍ପାଦକ ଭାବେ ବିଶ୍ୱ ଭୂଷଣ ପାଢୀ, କାର୍ଯ୍ୟକାରୀ ସଭ୍ୟ ଭାବେ ଶିବ ପ୍ରସାଦ ସାହୁ ଅପ୍ରତିଦ୍ୱନ୍ଦୀ ରହିଛନ୍ତି ।

Leave a Reply

Your email address will not be published. Required fields are marked *