
ମହିଳା ଦିବସ ମହିଳା ଦିବସ
ଚାରିଆଡେ ହୁରି ପଡୁଛି
ନାରୀ କୁ ସମ୍ମାନ ନାରୀ କୁ ମେଡାଲ
କେତେ ଫୁଲ ମାଳ ମିଳୁଛି
ମହିଳା ଦିବସ ———
ଲୋକ ଦେଖାଣିଆ ସବୁତ ଚାଲିଛି
ଆଜିବି ନାରୀ ଟି କାନ୍ଦୁଛି
ଶୋଷିତ ଲାଞ୍ଛିତ ଧର୍ଷିତା ହେବାକୁ
ଜନମ ବୋଧେ ସେ ପାଇଛି
ମହିଳା ଦିବସ ———
ମାଆ ର ମମତା ସବୁଠୁ ଅତୁଟ
ସନ୍ତାନ ତ ଫାଙ୍କି ଦେଉଛି
ଫେସବୁକ୍ ୱାଟସପ୍ ର ଭଲପାଇବା ରେ
ମାଆ ଆଜି ବଳୀ ପଡ଼ିଛି
ମହିଳା ଦିବସ ——–
ଜନନୀ ଜନ୍ମ ଭୂମୀଶ୍ଚ
ସ୍ୱର୍ଗାଦପି ଗରୀୟସି
ପୁସ୍ତକେ ସୀମିତ ରହିଛି
ମାଆ ଧାନ କୁଟି ପୁଅ ଯେ ନାଗର
କହିବାକୁ ଲାଜ ଲାଗୁଛି
କହିବାକୁ ଲାଜ ଲାଗୁଛି
ମହିଳା ଦିବସ ——
—————++++++—-
ନିରୂପମା ସ୍ୱାଇଁ
ବାରିପଦା