ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଚଣ୍ଡିଖୋଲ : ୭/୩(କ ବ୍ୟୁ,) ବଡଚଣା ବ୍ଲକ୍ ଅନ୍ତର୍ଗତ ଛତିଆ ମିନି ଷ୍ଟାଡିୟମରେ ବଡଚଣା ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ନେହେରୁ ଯୁବକେନ୍ଦ୍ର ଆନୁକୁଲ୍ୟରେ ଓ ପଲ୍ଲୀ ବିକାଶ ସହଯୋଗରେ ଆୟୋଜିତ ଦୁଇଦିନିଆ କ୍ରୀଡ଼ା ର ଉଦଯାପନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଛତିଆ ମିନି ଷ୍ଟାଡିୟମର ସଭାପତି ମଧବାନନ୍ଦ ମହାପାତ୍ର , ସମ୍ପାଦକ ଦିଲ୍ଲୀପ କୁମାର ପ୍ରହରାଜ ଯୋଗଦେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ଶମ୍ଭୁନାଥ ଗାଇପାଇ , ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପ୍ରଶାନ୍ତ ଦାସ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅଙ୍କୁର ତlମସେ ଙ୍କୁ ପୁରସ୍କୃତ କରିଥିଲେ। ଖେଳକୁ ଅବସରର ପ୍ରାପ୍ତ ଖେଳ ଶିକ୍ଷକ ନାରାୟନ ନାୟକ ପରିଚାଳନା କରିଥିଲେ। ଶେଷରେ ଅନୁଷ୍ଠାନର ସଭାପତି ସୁଶିଲ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଖେଳକୁ ବିପିନ ବିହାରୀ, ସୁକଦେବ ପୃଷ୍ଟି, ସତ୍ୟଜିତ ପୃଷ୍ଟି, କ୍ଷୀରୋଦ ଦାଶ, ସତ୍ୟ ବ୍ରତ ସାହୁ, ସୌରବ ପୃଷ୍ଟି, ମନୋରଞ୍ଜନ, ନାୟକ, ପ୍ରୀତିଶ ସାହୁ ପ୍ରମୁଖ ସହଯୋଗ କରିଥିଲେ।
 
 

Leave a Reply

Your email address will not be published. Required fields are marked *