ଓଡ଼ିଶାରେ ଚହଳ ସୃଷ୍ଟି କରିଥିବା ଓଡ଼ିଆ ଚଳଚ୍ଚିତ୍ର ଓ୍ବାଇଫ୍ ବାଙ୍ଗାଲୋର ରିଲିଜ୍ ହେବାକୁ ଯାଉଛି।

ବିଜୟ କାନ୍ଦୋଇ ପ୍ରଯୋଜିତ ଚଳଚ୍ଚିତ୍ର ଓ୍ବାଇଫ୍ ନୂଆ ବର୍ଷର ଜାନୁଆରୀ ୦୩ ତାରିଖ ରିଲିଜ୍ ହୋଇଥିଲା। ଫିଲ୍ମର କାହାଣୀ ଚହଳ ପକାଇଥିବା ବେଳେ ୱାଇଫକୁ ଦର୍ଶକୀୟ ଆଦୃତି ମିଳିଛି ।
ବିଦିଶା କ୍ରାଫ୍ଟ ପ୍ରଡକସନ୍ ହାଉସ୍ ତରଫରୁ ଘୋଷଣା କରାଯାଉଛି ଏକ ଖୁଶି ଖବର। ଖୁବ୍ ଶୀଘ୍ର ବାଙ୍ଗଲୋଭରେ ମୁକ୍ତି ଲାଭ କରିବାକୁ ଯାଉଛି ଫିଲ୍ମ ୱାଇଫ୍। ତା ପୂର୍ବରୁ କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍‌ (KBF) ବାଙ୍ଗଲୋରର ଏକ ଏନଜିଓ, ଆସନ୍ତା 16 ତାରିଖ ରବିବାର ଦିନ ତାର 23 ତମ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରୁଛି। ଯେଉଁଥିରେ ମୁଖ୍ୟ ଅତିଥୀ ଭାବେ ଯୋଗଦେବେ ଅଭିନେତ୍ରୀ ତ‌ଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ।ସେହିଦିନ ବାଙ୍ଗଲୋରରେ ୱାଇଫ୍ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହେବ। ୱାଇଫ ଫିଲ୍ମର ପ୍ରମୋସନ୍ ସହ ପ୍ରବାସୀ ଓଡ଼ିଆ ଭାଇ-ଭଉଣୀଙ୍କୁ ଭେଟିବେ ବର୍ଷା ।କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍ (KBF) ବାଙ୍ଗଲୋରରେ ରହୁଥ‌ିବା ଓଡ଼ିଆ ମାନଙ୍କ ପାଇଁ କାମ କରୁଥିବା ଏକ ସେଚ୍ଛାସେବୀ ସଂଗଠନ । କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍‌ (KBF) ଶ୍ରମିକମାନଙ୍କୁ ସେବା ଯୋଗାଇ ଆସୁଛି, ତା ସହିତ ବାଙ୍ଗଲୋରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ଓ କର୍ମନିଯୁକ୍ତିରେ 13 ବର୍ଷ ହେଲା ସହଯୋଗର ହାତ ବଢାଇ ଆସୁଛି ।
କଳିଙ୍ଗ ବାଙ୍ଗଲୋର ଫାଉଣ୍ଡେସନ୍‌ (KBF)ର ସହ‌ଯୋଗରେ ଓ ବାଙ୍ଗଲୋରରେ ରହୁଥିବା ଓଡ଼ିଆ ଭାଇ-ଭଉଣୀଙ୍କ ମିଳିତ ଉଦ୍ୟମରେ ରିଲିଜ୍ ହେବାକୁ ଯାଉଛି ୱାଇଫ। ୱାଇଫ୍ ଯାହାର ଷ୍ଟୋରୀ-ସ୍କ୍ରିନ୍ ପ୍ଲେ ଓ କ୍ରିଏଟିଭ୍ ହେଡର ଦାୟିତ୍ବ ତୁଲାଇବା ସହ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବର୍ଷା। ବିଦିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ୱାଇଫର ନିର୍ଦ୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ଓ ବବି ଇସଲାମ୍ ।
ଓଡ଼ିଶାରେ ୱାଇଫକୁ ଦର୍ଶକ ବେଶ ପ୍ରଶଂସା କରୁଥିବା ବେଳେ ତାର ଗୀତ ଗୁଡିକ ସୁପରହିଟ୍ ହୋଇଛି । ନିମକୀ, କୁଇନ୍, ବିଜୟିନୀ, ବସ୍ ଓ ୱାଇଫ୍ ଭଳି ଗୋଟିଏ ପରେ ଗୋଟିଏ ନାରୀ ଜୈନ୍ଦ୍ରିକ ଫିଲ୍ମ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ଧାରା ସୃଷ୍ଟି କରିଛନ୍ତି ବର୍ଷା। ଓଡ଼ିଶା ବାହାରେ ଓଡ଼ିଆ ଫିଲ୍ମ ରିଲିଜ୍ ହେବା ଓଡ଼ିଆ ସିନେମାର ଲୋକ ପ୍ରିୟତାକୁ ବଢ଼ାଇବା ସହ ଓଡ଼ିଆ ଫିଲ୍ମ ଶିଳ୍ପକୁ ମଧ୍ଯ ଆଗକୁ ନେବ ।

Leave a Reply

Your email address will not be published. Required fields are marked *