୧୯ତମ ଅଧିବେଶନରେ ସ୍ୱୋଛତା ଓ ପରିମଳ କୁ ଗୁରୁତ୍ଵ ଦେଲା ପାରାଦୀପ ପୌର ପରିଷଦ l

ପାରାଦ୍ୱୀପ : 23/1 : ପାରାଦ୍ୱୀପ ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର-୧୫, ବଡ଼ପଡ଼ିଆ ଠାରେ ସୁଲଭ ଇଣ୍ଟରନାଶନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ ସହଯୋଗରେ ‘ସୁଲଭ ଶୌଚାଳୟ ଏବଂ ସ୍ନାନାଗାର କୁ ଶିଳ୍ପ ବୈସୟିକ ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ କୁମାର ସ୍ୱାଇଁ , ଉଦଘାଟନ କରିଥିବା ବେଳେ ଏଥିରେ ପୌରଧକ୍ଷ ବସନ୍ତ କୁମାର ବିଶ୍ଵାଳ ଓ ପ୍ରତ୍ୟେକ ୱାର୍ଡ ର ପରିଷଦ ମାନେ ଉପସ୍ଥିତି ଥିଲେ l ଏହି ଅଞ୍ଚଳ ରେ ସଫେଇ କାର୍ଯ୍ୟ ରେ ନିୟୋଜନ ପାଇଁ ଆଉ ଦୁଇଟି ସଫେଇ ଗାଡ଼ି ଉନ୍ମୋଚନ କରାଯାଇ ଥିବା ବେଳେ ସମସ୍ତ ଅଧିକାରୀଙ୍କ ସହ ଶ୍ରୀ ମନ୍ତ୍ରୀ ଏହାକୁ ପତାକା ଦେଖାଇ ଉନ୍ମୋଚନ କରିଥିଲେ l ପାରାଦୀପ ପୌର ପରିଷଦ ଅଞ୍ଚଳ ରେ ବସତି ସ୍ଥାପନ କରୁଥିବା ଓ ବାହାରୁ ଆସୁଥିବା ଜନସାଧାରଣଙ୍କ ପାଇଁ ଏହା ବିଶେଷ ସହାୟକ ହେବା ସହ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ପ୍ରତି ଆମର ପ୍ରତିବଦ୍ଧତାକୁ ଦୃଢୀଭୂତ କରିବ ବୋଲି ପୌରାଧକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ଵାଳ ପ୍ରକାଶ କରିଥିଲେ l ପରେ ପାରାଦ୍ୱୀପ ପୌରପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ପାରାଦ୍ୱୀପ ପୌରପରିଷଦର ୧୯ତମ ସାଧାରଣ ଅଧିବେଶନରେ ଓଡ଼ିଶା ସରକାର ଙ୍କ ମାନ୍ୟବର ମନ୍ତ୍ରୀ ଯୋଗଦେଇ ପୌରପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଥିଲେ l ଏହି ଅବସରରେ ୨୦୨୪ ମସିହା ନଭେମ୍ବର ଓ ଡିସେମ୍ବର ମାସର ଆୟ ବ୍ୟୟର ଅନୁମୋଦନ ସହ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ପ୍ରସ୍ତୁତି ପାଇଁ ସବିଶେଷ ଆଲୋଚନା କରାଯାଇ ଥିଲା l ଏଥିସହ ସ୍ୱୋଛ ସାଥିର ଏଲଏଫ ମାନଙ୍କୁ ସେମାନଙ୍କ କାର୍ଯ୍ୟ କଳାପକୁ ନେଇ ପ୍ରଶଂସା କରିବା ସହ ସାଠିପିକେଟ ଦିଆ ଯାଇଥିଲା l ଏହି ସ୍ୱୋଛ ସାଥୀ ମାନଙ୍କୁ ଜେ ଏସ ଡବ୍ଲ୍ୟୁ ତରଫରୁ ସମସ୍ତ ସ୍ଵୋଛ ସାଥୀ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇ ଥିଲା l ଏହି ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାର ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ, ପାରାଦୀପ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ଓ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଛବିଲାତା ତରାଇ ,ଜେ ଏସ ଡବ୍ଲୁ ଅଧିକାରି ଓ ପାରାଦିପ ପୌରଧ୍ୟକ୍ଷ ବସନ୍ତ ବିଶ୍ଵାଳ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରିଥିଲେ l ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *