

ପାରାଦୀପ ସ୍ଥିତ ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ ରେ ଜାନୁଆରୀ 20 ରୁ 22 ତାରିଖ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଏବଂ ଅନ୍ୟାନ୍ୟ ଡ୍ରଗ୍ ଏନ୍ଫୋର୍ସମେଣ୍ଟ ଏଜେନ୍ସି (DLEAs) ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ସମୁଦ୍ର ସୀମାରେ ଚାଲିଥିବା ନିଶା ଓ ମାଦକ ପଦାର୍ଥ ର ଚୋରା ଚାଲାଣ ନିବାରଣ ପାଇଁ ଆବଶ୍ୟକ ଜ୍ଞାନ କୌଶଳ ପ୍ରଦାନ କରିବା।ଏହି ପ୍ରଶିକ୍ଷଣ ରେ ଅଧିକାରୀମାନେ ସମୁଦ୍ର ରେ ସୁରକ୍ଷା ଜ୍ଞାନ, ଆଇନ ଅନୁଷ୍ଠାନ ଅଭ୍ୟାସ, ତଲାଶି ଏବଂ ଜବତ କୌଶଳ, ସମ୍ମିଳନ ଏବଂ ସମନ୍ୱୟ ବିଷୟରେ ଅଭ୍ୟାସ କରିଥିଲେ। ଏହି ପ୍ରଶିକ୍ଷଣ ସମୁଦ୍ର ସୀମାରେ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏକତ୍ର ଉଦ୍ୟମକୁ ଜୋରଦାର କରିବାରେ ଭାରତୀୟ ତଟ ରକ୍ଷକର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲା।ପ୍ରଶିକ୍ଷଣରେ ଉପସ୍ଥିତ ଅଧିକାରୀମାନଙ୍କୁ ସମ୍ବୋଧନ କରି ତଟ ରକ୍ଷକ (ଓଡିଶା)ର କମାଣ୍ଡର ଉପ ମହାନିରୀକ୍ଷକ ସଂଜୟ ନେଗି କହିଥିଲେ, “ସମୁଦ୍ରପଥରେ ନିଶା ଓ ମାଦକ ପଦାର୍ଥ ର ଚୋରା ଚାଲାଣ ରୋକିବା ପାଇଁ ସମନ୍ୱୟ ଏବଂ ସହକାରୀ ପ୍ରୟାସ ଅତ୍ୟନ୍ତ ଆବଶ୍ୟକ। ଏହି ପ୍ରଶିକ୍ଷଣ ବିଭିନ୍ନ ଏଜେନ୍ସିମାନଙ୍କ ସହ ଭାରତୀୟ ତଟ ରକ୍ଷକର ସହଯୋଗକୁ ଅଧିକ ଜୋରଦାର କରିବ।”NCB ଏବଂ DLEAs ର ବରିଷ୍ଠ ଅଧିକାରୀମାନେ ଏହି ପ୍ରଶିକ୍ଷଣର ଉଚ୍ଚ ପ୍ରଶଂସା କରିଥିବା ସହ ଏକତ୍ର ଅଭ୍ୟାସ ମାଧ୍ୟମରେ ଦକ୍ଷତା ବୃଦ୍ଧି ପାଇଁ ଏହାର ମହତ୍ତ୍ୱକୁ ଉଲ୍ଲେଖ କରିଥିଲେ। ତାଙ୍କ ମତ ଅନୁସାରେ, ଏହି ପ୍ରଶିକ୍ଷଣ କାର୍ଯ୍ୟକୁ ଅଧିକ ସ୍ଫୁର୍ତ୍ତିଦାୟକ ଏବଂ କାର୍ଯ୍ୟକ୍ଷମ କରିବ।
ଭାରତୀୟ ତଟ ରକ୍ଷକ ସମୁଦ୍ରରେ ଅପରାଧ ରୋକିବା ଏବଂ ସୁରକ୍ଷା ନିଶ୍ଚିତ କରିବାରେ ନିରନ୍ତର ପ୍ରତିବଦ୍ଧ। ଏପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୁଦ୍ର ମାର୍ଗରେ ଆଇନ ରକ୍ଷାରେ ଏକ ଦୃଢ଼ ପ୍ରଣାଳୀ ଗଠନ କରିବାର ଆବଶ୍ୟକତାକୁ ଦୃଢ ନିଶ୍ଚିନ୍ତ କରିବ । ପାରାଦୀପ ରୁ ପୁରୁଷୋତ୍ତମ ଶତପଥି ଙ୍କ ରିପୋର୍ଟ୍