ମୁଣ୍ଡଳି ହାଇସ୍କୁଲ ର ବାର୍ଷିକ ଉତ୍ସବ

କଟକ /ମୁଣ୍ଡଳି, ତା 22/1-ମୁଣ୍ଡଳି ନୋଡାଲ ହାଇସ୍କୁଲ ର ବାର୍ଷିକ ପୁରସ୍କାର ବିତରଣ ସମାରୋହ ଓ ଏହାର ପ୍ରତିଷ୍ଠାତା ପ୍ରଫୁଲ୍ଲ ଚନ୍ଦ୍ର ରାୟ ଙ୍କର ସ୍ମୃତି ସଭା ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇ ଯାଇଛି.
ଓଡିଶା ଉଚ୍ଚ ନ୍ୟାୟାଳୟ ର ପ୍ରାକ୍ତନ ବିଚାରପତି ଅରୁଣ କୁମାର ପରିଛା ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କହିଲେଯେ ବିଦ୍ୟାର୍ଥୀ ମାନଙ୍କ ର ପ୍ରତିଭା ର ବିକାଶ ପାଇଁ ଅଭିଭାବକ ଓ ଶିକ୍ଷକ ମାନେ ଯତ୍ନଶିଳ ହେବା ଆବଶ୍ୟକ. ପ୍ରତି ବର୍ଷ ସ୍କୁଲ ର କନିଷ୍ଠ ଓ ବରିଷ୍ଠ ବର୍ଗ ର ଜଣେ ଲେଖାଏଁ ବିଦ୍ୟାର୍ଥୀ ଙ୍କୁ ଦୁଇ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିବାକୁ ଜଷ୍ଟିସ ପରିଛା ଘୋଷଣା କରିଥିଲେ.
ବିଶିଷ୍ଟ ପରିବେଶ ବିଶାରଦ ଡ଼ଃ ଆଶୁତୋଷ ଦେବତା ପରିବେଶ ର ସୁରକ୍ଷା ଓ ବିକାଶ ପାଇଁ ବିଦ୍ୟାର୍ଥୀ ମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ.
ବରିଷ୍ଠ ସାମ୍ବାଦିକ ଡ଼ଃ ସତ୍ୟ ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ବିଭୁତି ଭୂଷଣ ବେହେରା, ଗୋଡିସାହି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତ୍ରିଲୋଚନ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକ, ଅନ୍ତର୍ଯ୍ୟାମୀ ରାଉତ, ଉତ୍କଳ ଭୂଷଣ ରାଉତରାୟ, ନଳିନୀ କୁମାର ରାୟ, ସରୋଜ ସାହୁ ପ୍ରଭାକର ସାହୁ, ଅମୁଲ୍ୟ କୁମାର ରାଉତ, ବିଜୟ କୁମାର ନାୟକ ପ୍ରମୁଖ ଭାଷଣ ଦେଇଥିଲେ.
କୃତୀ ବିଦ୍ୟାର୍ଥୀ ମାନଂକୁ ପୁରସ୍କାର ବିତରଣ କରାଯାଇଥିଲା. ପିଲା ମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ.

Leave a Reply

Your email address will not be published. Required fields are marked *