ହୁମ୍ମା ସଲ୍ଟ କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ।

ଗଞ୍ଜାମ :

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସଲ୍ଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଷୋମବାର ଦିନ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନ ର ଅଧକ୍ଷ ଶ୍ରୀ ନିରଞ୍ଜନ ରଥ ଙ୍କ ସଭାପତିତ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରୂପେ ହୁମ୍ମା ଫାଣ୍ଡି ଅଧିକାରୀ ସୁଭ୍ରଜିତ ସାମନ୍ତରାୟ
ଯୋଗ ଦେଇ ଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ଭାରତୀୟ ନ୍ୟାୟ ସଂହାତି ଆଇନ ସଂପ୍ରକ୍ ରେ ସୂଚନା ଦେଇ ଶାରୀରିକ ଓ ମାନସିକ ଦକ୍ଷତା ବୃଦ୍ଧି ସ୍ବାସ୍ଥ୍ୟ ,ସୁଲଭ ସମାଜ ଗଠନ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାକୁ ଉଦବୋଧନ ଦେଇଥିଲେ। ଛାତ୍ରୀ ମାନେ ଆତ୍ମ ସୁରକ୍ଷା କୌଶଳ ଶିଖିବା ସହ ସ୍ବାସ୍ଥ୍ୟବାନ ଓ ଆତ୍ମବିଶ୍ବାସୀ ହୋଈ ନିଜକୁ ସୁରକ୍ଷିତ କରି ସମାଜ ପାଇଁ ଏକ ଉଦାହରଣ ହେବା ଉଚିତ ବୋଲି ମତ ଦେଇଥିଲେ । ଛାତ୍ରୀ ମାନେ ତାଲିମ ନେଉଥିବା କୌଶଳ ପ୍ରଦର୍ଶନ କରିବା ସହ ଶେଷରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ବିଷୟ ଆଧାରିତ ଏକ ଏକାଙ୍କିକା “ଅନନ୍ୟା” ଅଭିନୟ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଏହି ତାଲିମ ପ୍ରଶିକ୍ଷକ ରିତା ଦାସ ଛାତ୍ରୀ ମାନଙ୍କୁ ଆଠ ଦିନ ଧରି ତାଲିମ୍ ଦେଇଥିଲେ । ଏଥିରେ ସଂଯୋଜିକା ବନିତା କୁମାରୀ ଶତପ‌ଥୀ ସଂଯୋଜନା କରିଥିଲେ I ଅଧ୍ୟାପକ ଗୌରହରି ବେହେରା, ଭରତ ନାହାକ, ସୁଧୀରକାନ୍ତ ପାଢୀ,ଅଧ୍ୟାପିକା ଶର୍ମୀଷ୍ଣା ସାମନ୍ତରାୟ ଓ ବାବୁନି ନାୟକ, ସ୍ବାଗତିକା ମହାନ୍ତି, ଜଗଦୀଶ ବିଶ୍ବାଳ, ମୋହନ ସୁନ୍ଦର ପଣ୍ଡା, ବିନାୟକ ସାହୁ,ବିଜୟ ସାହୁ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *