
କଟକ : କଳିଙ୍ଗପ୍ରଭା ଖବରକାଗଜ ର ମାଲିକାଣୀ ରଙ୍ଗଲତା ପରିଡାଙ୍କ ଆଜି କଟକର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି ଶେଷ ନିଶ୍ବାସ ତ୍ୟାଗ ବେଳକୁ ତାଙ୍କୁ ୭୫ ବୟସ ହୋଇଥିଲା ସ୍ବର୍ଗତ ରଙ୍ଗଲତା ପରିଡା ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ ସେ ଜଣେ ମେଳାପୀ , କର୍ତ୍ତବ୍ୟନିଷ୍ଠ ଏବଂ ପରିଶ୍ରମୀ ମହିଳା ଥିଲେ ଆଜି ହଠାତ୍ ଅସୁସ୍ଥ ଅନୁଭବ କରିବାରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଶେଷ ସମୟରେ ତାଙ୍କ ଶଯ୍ୟା ନିକଟରେ ପୁତ୍ର ପ୍ରଶାନ୍ତ ପରିଡା, ବୋହୁ ରୋଶନୀ ପରିଡା, ଝିଅ ମାନେ ମମି, କମି, ଟିକି, ଟୁନି ଓ ମୋନା, ଜ୍ବାଇଁ ପ୍ରତାପ ଦାଶ, ଇଶ୍ବର ଭଞ୍ଜ ଏବଂ ବାବୁଲି ବେହେରା ଉପସ୍ଥିତ ଥିଲେ ଶେଷ କୃତ୍ୟ ପୁରୀ ସ୍ବର୍ଗଦ୍ବାର ଠାରେ କରାଯିବ