
ଚଣ୍ଡିଖୋଲ ୧୮/୨(କ ବ୍ୟୁ) ଏକଦା କଂଗ୍ରେସ ର ଗଡ କୁହାଯାଉଥିବା ବଡଚଣା ଏବେ ନେତୃତ୍ୱ ବିହୀନ ହୋଇପଡିଛି। ଉପକୁକ୍ତ ନେତୃତ୍ୱ ର ଅଭାବ, ଦୃଢ ନେତୃତ୍ୱ, ଉପଯୁକ୍ତ ପ୍ରାର୍ଥୀ ଚୟନ ର ଅଭାବ, ଗୋଷ୍ଟୀ କନ୍ଦଳ ଯୋଗୁ ବଡଚଣା ରେ କଂଗ୍ରେସ ସଙ୍ଗଠନ ଦିନକୁ ଦିନ ଦୃବଳ ହୋଇପଡୁଛି। ୧୯୮୦ରୁ୧୯ ୯୦ ଓ ୨୦୦୪ରୁ ୨୦୦୯ ପର୍ୟ୍ୟନ୍ତ ସୀତାକାନ୍ତ ମହାପାତ୍ର ବଡଚଣା ରେ କଂଗ୍ରେସ ବିଧାୟକ ଥିଲେ। ତାଙ୍କର ଦୃଢ ନେତୃତ୍ୱ ବଡଚଣା ରେ କଂଗ୍ରେସ ସଂଗଠନକୁ ମଜବୁତ୍ କରି ରଖିଥିଲା। ମାତ୍ର ପରବର୍ତୀ ସମୟରେ କଂଗ୍ରେସରେ ଗୋଷ୍ଟି କନ୍ଦଳ, ଉପଯୁକ୍ତ ପ୍ରାର୍ଥୀ ଚୟନ ର ଅଭାବ, ପ୍ରଦେଶ କଂଗ୍ରେସ କମିଟିର ବଡଚଣା ପ୍ରତି ଅବହେଳା ଯୋଗୁ କଂଗ୍ରେସ କର୍ମୀମାନେ ଅନ୍ୟ ଦଳରେ ଯୋଗଦେବା ଫଳରେ କଂଗ୍ରେସ ଦିନକୁ ଦିନ ଦୃବଳ ହେବାକୁ ଲାଗିଲେ।ବଡଚଣା ରେ କଂଗ୍ରେସ ର ଥିବା ୬୦ ହାଜର ରୁ ଉର୍ଦ୍ଧ ଭୋଟ ଏବେ ୬ହଜାର ରେ ପହଂଚିଛି। ସୀତାକାନ୍ତ ମହାପାତ୍ର ଙ୍କ ପରେ ଜନ୍ମେଜୟ ଲେଙ୍କା, ଅଜୟ ସାମଲ ଓ କ୍ୟାପଟେନ ରାଜ ନାରାୟନ ମହାପାତ୍ର, ଶୁଭେନ୍ଦୁ ମହାନ୍ତି ବଡଚଣା ରେ କଂଗ୍ରେସ ର ନେତୃତ୍ୱ ନେଇଥିଲେ ମାତ୍ର କେହି ହେଲେ ଜଣେ ବଡଚଣା ବିଧାୟକ ହୋଇ ପାରିଲେ ନାହିଁ। ପରବର୍ତ୍ତୀ ସମୟରେ ଜନ୍ମେଜୟ ଲେଙ୍କା ଓ ଗତ ବିଧାନସଭା ନିର୍ବାଚନରେ କ୍ୟାପଟେନ ରାଜ ନାରାୟନ ମହାପାତ୍ର କଂଗ୍ରେସ ଦଳ ଛାଡିଥିଲେ ଫଳରେ ବଡଚଣା ରେ କଂଗ୍ରେସ ଦଳ ର ସ୍ଥିତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ଧାନ ବୁଣିବ ଜଣେ କାଟିବ ଆଉ ଜଣେ ନୀତିରେ ପଡିଛି କଂଗ୍ରେସ। ଏବେ ବଡଚଣା ରେ କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ସହିତ ବଡଚଣା ରେ କଂଗ୍ରେସ ର ହୃତ ଗୌରବ କୁ ଉଜ୍ଜୀବିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟିର ପ୍ରାକ୍ତନ ସମ୍ପାଦକ ଡlକ୍ଟର ସନ୍ତୋଷ କୁମାର ବଳ ଅଣ୍ଟା ଭିଡିଛନ୍ତି। ଶ୍ରୀ ବଳ ବଡଚଣା ନିର୍ବାଚନ ମଣ୍ଡଳୀ ର ୪୩ଗୋଟି ଗ୍ରାମ ପଞ୍ଚାୟତ ବୁଲି ବରିଷ୍ଟ କଂଗ୍ରେସ କର୍ମୀ ଙ୍କୁ ସାକ୍ଷାତ କରି ସେମାନଙ୍କ ପରାମର୍ଶ ନେବା ସହ କଂଗ୍ରେସ କର୍ମୀ ମାନଙ୍କୁ ଏକାଠି କରୁଛନ୍ତି। ଏବେ ସୁଦ୍ଧା ୮ଟି ପଂଚାୟତ ବୁଲି କଂଗ୍ରେସ କର୍ମୀ ମାନଙ୍କୁ ସାକ୍ଷାତ୍ କରିବା ସହିତ ସଂଗଠନକୁ ମଜବୁତ୍ କରିବା ପାଇଁ ଚେଷ୍ଠା ଜାରି ରଖିଛନ୍ତି। ଆଜି ଶ୍ରୀ ବଳ ସୁଙ୍ଗୁଡl ଓ ବଡଚଣାଥିଲେ ଗ୍ରାମ ପଞ୍ଚାୟତ ର ବରିଷ୍ଟ କଂଗ୍ରେସ କର୍ମୀ ମାନଙ୍କୁ ସାକ୍ଷାତ୍ କରି ସେମାନଙ୍କ ପରାମର୍ଶ ନେଇଥିଲେ। ତାଙ୍କ ସହିତ ପୂର୍ବତନ ପଞ୍ଚାଯତ ସମିତି ଅଧ୍ୟକ୍ଷ ନିରଞ୍ଜନ ସାହୁ, ପୁର୍ବତନ ଜିଲ୍ଳା ପରିଷଦ ସଭ୍ୟ ଯୋଗେନ୍ଦ୍ର ନାୟକ, ପୁର୍ବତନ ସରପଞ୍ଚ ନୀଳ କଣ୍ଠ ମିଶ୍ର, ପୁର୍ବତନ ସମିତି ସଭ୍ୟା ରମଣୀ ବାଳl ବ୍ରହ୍ମ, ସୁଙ୍ଗୁଡ଼l ଗ୍ରାମ ପଞ୍ଚାୟତ କଂଗ୍ରେସ ସଭାପତି ଶରତ ଚନ୍ଦ୍ର ଜେନା ୱାର୍ଡ଼ ସଭ୍ୟ ୟୁଶୁପ ଖାଁ, ସେକ ସନାଉଲ୍ଲା ଉପେନ୍ଦ୍ର ବ୍ରହ୍ମ ପ୍ରମୁଖ ଉପସ୍ଥିତ ଥିଲେ।