ବୃଦ୍ଧା ଏବଂ ବୃଦ୍ଧ ଙ୍କୁ ଭତା ଟଙ୍କା ବାଣ୍ଟିଲେ ମନ୍ତ୍ରୀ ଓ ବିଧାୟକ ।

ଛତ୍ରପୁର : ୧୫.୦୧.୨୫

(ମିଥୁନ ବାରିକ୍)

ଛତ୍ରପୁର: ରାଜ୍ୟରେ ୮୦ ବର୍ଷରୁ ଉର୍ଦ୍ଧ ବୟସର ବୃଦ୍ଧା ଏବଂବୃଦ୍ଧ ସାଙ୍ଗକୁ ଦିବ୍ୟାଙ୍ଗ ମାନଙ୍କୁ ଅତିରିକ୍ତ ଭତା ବଣ୍ଟନ ର ଶୁଭାରମ୍ଭ ହୋଇଛି । ଏଥି ନେଇ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ୍ ପରିସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପଡ଼ିବା ଅଧ୍ୟକ୍ଷା ତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାର ଙ୍କ ଇସ୍ପାତ ,ଖଣି,ବାଣିଜ୍ୟ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସରକାର ଯାହା ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲେ ୮ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ପୂରଣ କରିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ। ପୁରୀ ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା କଥା ହଉ ଚାଷୀ ର କ୍ରୟ ଧନର କ୍ରୟ ମୂଲ୍ୟ ଏବଂ ସୁଭଦ୍ରା ଯୋଜନରେ ମା ମାନଙ୍କୁ ଦୁଇଟି କିସ୍ତି ରେ ୧୦,୦୦୦ ହଜାର ପ୍ରଦାନ କରାଯାଇଛି । ଆଜି ଏହି ସରକାର ଙ୍କ ଆଉ ଗୋଟିଏ ନୂତନ ଯୋଜନା ଆରମ୍ଭ ହୋଇଥିବା ମତ ବ୍ୟକ୍ତ ରଖିଥିଲେ ଶ୍ରୀ ଜେନା । ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମାନଙ୍କୁ ଅତିରିକ୍ତ ଭତା ୧୦୦୦ ରୁ ୩୫୦୦ ଟଙ୍କା ପ୍ରଦାନ କରାଯିବ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ କେଉଁଝର ରେ ଶୁଭାରମ୍ଭ କରିଛନ୍ତି । ସେହି ପରି ଏହି ଯୋଜନା କୁ ଆମ ଜିଲ୍ଲାରେ ଆରମ୍ଭ କରାଯାଇଛି । ଏଥିରେ ୮୦ ପ୍ରତିଶତ ଦିବ୍ୟାଙ୍ଖ ମାନଙ୍କ ଭତା ୧୨୦୦ ଟଙ୍କାରୁ ୩୫୦୦ ଟଙ୍କା ବୃଦ୍ଧି କରାଯାଇ ପ୍ରଦାନ କରାଯିବା ଆରମ୍ଭ ହୋଇଛି । ସମସ୍ତ ଙ୍କୁ ଭତା ପ୍ରଦାନ ବୃଦ୍ଧି କରାଯିବ ନେଇ ମନ୍ତ୍ରୀ ପରକ୍ଷ ରେ ସୂଚନା ଦେଇଛନ୍ତି ।ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମ୍ମାନୀୟ ଅତିଥି ରପେ ଯୋଗ ଦେଇ ଏହି ଯୋଜନା ଦ୍ବାରା ଉପକୃତ ବାପା ମା ମାନେ ଆମ ସରକାର ଏବଂ ଆମ୍ଭ ମାନଙ୍କୁ ଆଶ୍ରିବାଦ୍ ଦେବେ ବୋଲି ମତ ବ୍ୟକ୍ତ କରିବା ସହ ମୁଖ୍ୟ ମନ୍ତ୍ରୀ ମୋହନ ମାଝୀ କଥା ଦେଇ କଥା ରଖିଲେ ବୋଲି ତାଙ୍କ ଭାଷଣ ରେ କହିଥିଲେ । ବ୍ଲକ୍ ଅଧ୍ୟକ୍ଷା କିରାଣୀ କୁମାରୀ ଦାସ,ଉପାଧ୍ୟଖ୍ୟା ଏସ ସାରଦା ରେଡ୍ଡୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଦିବ୍ୟ ଯୋତି ପରିଡ଼ା ଏହି ଯୋଜନା ଏକ ସଫଳ ଯୋଜନା ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା କୁ କମ୍ ସମୟ ଭିତରେ କରିଥିବାରୁ ଜିଲ୍ଲାର ୨୬ ହଜାର ୧୩୪ ଜଣ ଉପକୃତ ହୋଇପାରିବେ ବୋଲି ମତ ବ୍ୟକ୍ତ କରିଥିଲେ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ଭତ୍ତା ଯୋଜନାରେ ମୋଟ ୧୯ ହଜାର ୫ ସହ ୨୪ ଜଣ ହିତାଧିକରି ଉପକୃତ ହେବେ ବୋଲି ଜିଲ୍ଲାପାଳ କହିବା ସହ ୮୦ ପ୍ରତିଶତ ଦିବ୍ୟାଙ୍ଗ ୬,୬୦୦ ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି ଜିଲ୍ଲାପାଳ ମତ ପୋଷଣ କରିଥିଲେ । ଏହି ଅବସର ରେ ମୁଖ୍ୟ ଅତିଥି ଶ୍ରୀ ଜେନା,ବିଧାୟକ ଶ୍ରୀ ନାୟକ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ଅର୍ଥ ବଣ୍ଟନ କରିଥିଲେ । ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା,ଜିଲ୍ଲା ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁମିତା ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ,ବ୍ଲକ୍ ଭାରପ୍ରାପ୍ତ ବିଡ଼ିଓ ଜୟଶ୍ରୀ ନାୟକ ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଜଗନ୍ ମୋହନ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ ।

Leave a Reply

Your email address will not be published. Required fields are marked *