ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) : ଓଡ଼ିଶାର ସଫଳତା କାହାଣୀ

ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ପ୍ରୋଫଲୋ-ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି । ପ୍ରୋଫଲୋ-ୟୁ କିଡନିର କାର୍ଯ୍ୟକାରୀତାକୁ ତଦାରଖ କରିପାରୁଥିବା ଏକ ସ୍ବାସ୍ଥ୍ୟ ଯାଞ୍ଚକାରୀ ଯନ୍ତ୍ର, ଯାହାକୁ ଲୋକମାନେ ନିଜେ ବ୍ୟବହାର କରିପାରିବେ । ଏହା ଦ୍ବାରା ଠିକ ସମୟରେ ରୋଗ ଚିହ୍ନଟ ଓ ଚିକିତ୍ସା ସମ୍ଭବ ହୋଇଥାଏ ।
ଆଇରା: ବିଭିନ୍ନ ବାୟୋସେନ୍ସିଂ ଆପ୍ଲିକେସନ୍ ପାଇଁ ବିକଶିତ କେତେକ ନାନୋସେନ୍ସର, ଯାହାକି ବିଭିନ୍ନ ଜୈବିକ ଲକ୍ଷଣର ଚିହ୍ନଟ ଏବଂ ତଦାରଖ ବୃଦ୍ଧି କରେ ।
ଏମ୍ବାର୍ଗୋ ହେଉଛି ଅଲଟ୍ରା ସ୍ପାର୍ସ ବାୟୋମାର୍କର୍ସକୁ ମାପିବା ପାଇଁ ଅତ୍ୟାଧୁନିକ ସ୍ପେକ୍ଟ୍ରୋସ୍କୋପ । ଏହା ଦ୍ବାରା ଅତି ସଂବେଦନଶୀଳ ଚିହ୍ନଟ ପ୍ରକ୍ରିୟାକୁ ନିର୍ଭୁଲ କରିବାରେ ସହାୟକ ହୋଇଥାଏ । ଏ କ୍ଷେତ୍ରରେ ଏହି ଷ୍ଟାର୍ଟଅପଟି ଏକ ଐତିହାସିକ ସଫଳତା ପାଇଛି ।
୨୦୨୨ରେ ଜାତୀୟ ଷ୍ଟାର୍ଟ ଅପ ପୁରସ୍କାର ପ୍ରାପ୍ତ କରିଥିବା ପ୍ରାଣ୍ଟେ ସଲ୍ୟୁସନ୍ସ ବାୟୋମେଡିକାଲ କ୍ଷେତ୍ରରେ ଅନେକ ସଫଳତା ପ୍ରାପ୍ତ କରିଛି । ନିଜର ଉଦ୍ଭାବନଶୀଳ ଆଭିମୁଖ୍ୟ, ଗଠନମୂଳକ ବିକାଶ ପ୍ରକ୍ରିୟା ଓ ଡିଜାଇନ କେନ୍ଦ୍ରୀକ ବିଚାରଧାରା ପାଇଁ ନୂଆ ନୂଆ ସଫଳତା ପାଇଚାଲିଛି । ଗଠନମୂଳକ ବିକାଶ ପ୍ରକ୍ରିୟା ଦ୍ବାରା ଏହାର ଉତ୍ପାଦଗୁଡ଼ିକ ନିରାପଦ, ପ୍ରଭାବୀ ଓ ଧାର୍ଯ୍ୟ ବ୍ୟବହାରକାରୀଙ୍କ ଆବଶ୍ୟକତା ପୂରଣ କରିପାରୁଛି । ସେହିପରି ନିଜର ଡିଜାଇନ କେନ୍ଦ୍ରୀକ ବିଚାରଧାରା ପାଇଁ କମ୍ପାନି କାର୍ଯ୍ୟକ୍ଷମ, ଉପଭୋକ୍ତା-ଅନୁକୂଳ ଏବଂ ସୁନ୍ଦର ଉତ୍ପାଦ ସୃଷ୍ଟି କରିପାରୁଛି ।
ପ୍ରାଣ୍ଟେ ସଲ୍ୟୁସନ୍ସ ସ୍ବାସ୍ଥ୍ୟସେବା ଟେକନଲୋଜୀ କ୍ଷେତ୍ରରେ ଅବଦାନ ଦେଇଚାଲିଛି ଯାହାର ଲକ୍ଷ୍ୟ ହେଉଛି ରୋଗୀସେବାର ଉନ୍ନତି ଆଣି ଜୀବନଧାରଣର ମାନ ଉନ୍ନତ କରିବା। ଏହି ଷ୍ଟାର୍ଟଅପର ସଫଳତା ଓଡ଼ିଶାର ଉଦ୍ଭାବନଶୀଳ ଷ୍ଟାର୍ଟଅପଗୁଡ଼ିକର ବଢିଚାଲିଥିବା ପ୍ରଭାବକୁ ପ୍ରମାଣିତ କରୁଛି ।

Leave a Reply

Your email address will not be published. Required fields are marked *