

କଟକ,ତା.13/01/25 ଡେପୁଟି କମିଶନର ଅଫ ପୋଲିସ ଶ୍ରୀ ଜଗମୋହନ ମିନା ଓ କଟକ ସଦର ଥାନା ଭାରା ପ୍ରାପ୍ତ ଅଧିକାରୀ ଶ୍ରୀ ଓମ୍ ପ୍ରକାଶ ମହାନ୍ତିଙ୍କୁ ଜଗନ୍ନାଥ ନଗର ର ଅଧିବାସୀ ଙ୍କ ଦ୍ବାରା ସଭାପତି ଅମର ନାୟକ ଉପସଭାପତି ସୁଜିତ ପଣ୍ଡା ଓ ସାଧାରଣ ସମ୍ପାଦକ ନରେଶ ବିଶ୍ବାସ ଙ୍କ ତତ୍ବାବଧାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ଭବିଷ୍ୟତ ର ସୁରକ୍ଷା କୁ ଦୃଷ୍ଟିରେ ରଖି ବାଲିକୁଦା ଛକ କିପରି ବିପଦମୁକ୍ତ ହେବ ସେ ବିଷୟରେ ଆପୋଷ ଆଲୋଚନା ମଧ୍ୟ କରାଯାଇଥିଲା ।ଯଦିଓ ବାଲିକୁଦା ଛକ ବିପଦମୁକ୍ତ କରିବାକୁ ନେଇ ଏହା ତୃତୀୟ ଆଲୋଚନା ଥିଲା କିନ୍ତୁ ସେମାନେ ତାଙ୍କ ଉଦ୍ଧେଶ୍ୟ ପୁରଣ ନ ହେବା ଯାଏଁ ଏହା ବଜାୟ ରଖିବେ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁ ଥିବେ । କୈାଣସି ଲୋକର ଦୁର୍ଘଟଣା ରେ ମୃତ୍ୟୁ ହେବା ପରେ ତାଙ୍କ ଘରକୁ ଯାଇ ଶୋକ ବାର୍ତ୍ତା ଦେବା ଅପେକ୍ଷା ଦୁର୍ଘଟଣା ଟି ନଘଟୁ ଏହାର ପ୍ରୟାସ କରିବା ସ୍ବାଗତଯୋଗ୍ୟ ଏହାହିଁ ଆଲୋଚନା ର ମୁଖ୍ୟ ବିଷୟ ବସ୍ତୁ ଥିଲା ।ଏହାର ସମାଧାନ ପ୍ରତି ସମସ୍ତ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମିଳିବା ପରେ ଜଗନ୍ନାଥ ନଗର ଅଧିବାସୀ ଙ୍କ ମନରେ ଆଶାର ସଂଚାର ଉଦୟ ହୋଇଥିଲା । କୋଷାଧ୍ୟକ୍ଷ ଓମ୍ ପ୍ରକାଶ ମିଶ୍ର, ସେକ୍ରେଟାରୀ ବିଜୟ ଜେନା, ଅମିୟ ମହାନ୍ତି, ଭାଗିରଥି ପରିଜା ,ଅଜିତ ସେଠ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।