ସ୍ୱୟଂ ଶ୍ରୀ ନୃତ୍ୟ ଅନୁଷ୍ଠାନର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ଅନୁଗୁଳ : ତାଳଚେର ଦେଉଳବେଡା ସ୍ଥିତ ଡିସିଆଇ କ୍ଲବ ଠାରେ ସ୍ୱୟଂଶ୍ରୀ ନୃତ୍ୟ ଅନୁଷ୍ଠାନ ର ତୃତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଅଛି l ଗୁରୁ ଶଙ୍କର ବାଇ ଓ ସସ୍ମିତା ଗାୟନଙ୍କ ତତ୍ୱାବଧାନରେ ଆୟୋଜିତ ଉଦଘାଟନ ଉତ୍ସବରେ ଅନୁଷ୍ଠାନ ର ପୂର୍ବତନ ସଭାପତି ସୁମନ୍ତ କୁମାର ପ୍ରଧାନଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅନୁଗୋଳ ସଂଯୁକ୍ତ ସମବାୟ ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏମ୍.ସି.ଏଲ ଭୁବନେଶ୍ୱରୀ କ୍ଷେତ୍ର, ଆସ୍ଥା ମହିଳା ମଣ୍ଡଳ, ଅଧ୍ୟକ୍ଷା ଶ୍ରୀମତୀ ସଂଗୀତା ଶ୍ରୀରାମ, ଶୁକ୍ଲା ମିତ୍ରାଙ୍କ ସହିତ ବିଶିଷ୍ଟ ନୃତ୍ୟଗୁରୁ ଗୁରୁ ଗୌରୀ ଶଙ୍କର ଦାସ, ପଦ୍ମଶ୍ରୀ ଡ଼ଃ ଇଲିଆନା ସୀତାରିଷ୍ଟ, ଗୁରୁ ଗାୟତ୍ରୀ ରଣବିର ପ୍ରମୁଖ ଉପସ୍ଥିତ ଥିଲେ l ଏଥି ସହ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଡ଼ଃ ମନୋଜ କୁମାର ବେହେରା ଓ ମୁଖ୍ୟବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଧୀର ମୋହନ ରାଏ, ସମ୍ମାନିତ ଅତିଥି ଭାବରେ ନୃତ୍ୟ ଗୁରୁ ସୁଶ୍ରୀ ମିନାକ୍ଷୀ ବେହେରା, ନୃତ୍ୟଗୁରୁ ରାଧେଶ୍ୟାମ ତରାଇ, ନୃତ୍ୟଗୁରୁ ଚିନ୍ମୟୀ ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନର କଳାକାର ମାନଙ୍କୁ ମାନପତ୍ର ଓ ମୋମେଂଣ୍ଟ ପ୍ରଦାନ କରିଥିଲେ l ଏହି ଅବସରରେ ତାଳଚେରର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ସୌଭାଗ୍ୟ ମହାରଣା, ଧୀର ମୋହନ ରାଏ, ସମାଜସେବି, ବାପି ମହାନ୍ତି, ଓ କଣ୍ଢlଳ ଅଞ୍ଚଳର ହରଗୌରୀ କିନ୍ନର ସଂଘର ସଦସ୍ୟ ମାନଙ୍କୁ ତାଳଚେର କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ର ଶେଷରେ ଅନୁଷ୍ଠାନର ସଭାପତି ସଞ୍ଚିତା ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ସଂଯୁକ୍ତା ମହାରଣା, ଝରଣା ନାୟକ, ଶ୍ଵେତାପଦ୍ମା ଖୁଣ୍ଟିଆ, ସୁଚରିତା ମହାରଣା, ସସ୍ମିତା ବାରିକ, ବସନ୍ତ ଭାଇ, ମଳୟ କୁମାର ମହାରଣା, ରାକେଶ ଦାସ, ମଳୟ ବାରିକ ଓ ସୁରେଶାନ ବେହେରାଙ୍କ ସହ ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *